ରେଡ଼କ୍ରସ ପାଣ୍ଠିକୁ ସହାୟତା 

ବୁର୍ଲା: ବୁର୍ଲା ପିଡବ୍ଲ୍ୟୁଡି କଲୋନୀସ୍ଥିତ ଶ୍ରୀ ଶ୍ରୀ ବିଶ୍ୱେଷରାୟ ମନ୍ଦିର ଟ୍ରଷ୍ଟ ଓ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପର କମିଟି ତରଫରୁ ରେଡ଼କ୍ରସ ସୋସାଇଟିକୁ ୪୧ ହଜାର ଟଙ୍କା ପ୍ରଦାନ କରାଯାଇଛି। କମିଟି ତରଫରୁ ଅନ୍ନଭୋଗ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନିମନ୍ତେ ଏକ ଟିଣ ଘରର କଲ୍ୟାଣ ମଣ୍ଡପ ତିଆରି କରିବା ପାଇଁ ପୂର୍ବତନ ବିଧାୟିକା ଡାଃ ରାସେଶ୍ଵରୀ ପାଣିଗ୍ରାହୀଙ୍କୁ ନିବେଦନ କରାଯାଇଥିଲା। ବିଧାୟିକ କମିଟିର ଅନୁରୋଧ ରକ୍ଷାକରି କିଛି କିଛି ବ୍ୟବଧାନରେ କୌଣସି ପାଣ୍ଠିର ସହାୟତା କରି ଟିଣ ଘର ତିଆରି କରାଯାଇଥିଲା। ମନ୍ଦିରର ଟ୍ରଷ୍ଟର ସଭ୍ୟଗଣ ନିତିନିୟମ ଖସଡ଼ା ପ୍ରସ୍ତୁତ କରି ମନ୍ଦିର ଓ କଲ୍ୟାଣ ମଣ୍ଡପ ପରିଚାଳିତ ହେଉଅଛି। ଏହି ନିୟମରେ ରେଡ଼କ୍ରସ ପ୍ରତି ବାହାଘର ଓ ଅନ୍ୟାନ୍ୟ ଏକ କାର୍ଯ୍ୟ ଦିବସକୁ ଟ୫୦୦/- ପାଂଚ ଶହ ଟଙ୍କା ଦେବାକୁ ପ୍ରସ୍ତାବ ହୋଇଥିଲା ଏବଂ ଗତ ୦୮/୦୫/୨୦୨୨ରିଖରେ ରେଡ୍‌କ୍ରସକୁ ୪୬ ହଜାର ୭୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଏବେ ବାକି ଥିବା ମେ’ ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ ୮୨ଟି ବାହାଘର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହୋଇଥିଲା। ସେହି ହିସାବରେ ୪୧ ହଜାର ଟଙ୍କା ଚେକ ମାଧ୍ୟମରେ ରେଡ଼କ୍ରସକୁ ପ୍ରଦାନ କରାଯାଇଛି। ଏହି ଅନୁଦାନ ରାଶି ଜିଲ୍ଲାପାଳଙ୍କ ଜରିଆରେ ରେଡ଼କ୍ରସ ପାଣ୍ଠିକୁ କଲ୍ୟାଣ ମଣ୍ଡପ ଓ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ବାଗ, କୋଷାଧ୍ୟକ୍ଷ ପଙ୍କଜ ସାହା, ଉପଦେଷ୍ଟା ରୋହିତ କୁମାର ସାହୁ, ଅର୍ଜୁନ ତାଣ୍ଡି, ଦେବାଷିଶ ନନ୍ଦ, ରମାକାନ୍ତ ସାହୁ ପ୍ରମୁଖ ପ୍ରଦାନ କରିଥିଲେ।

Comments are closed.