ବୁର୍ଲା ଭିମସାରରେ ମହିଳା ଓ ସ୍ତ୍ରୀ ପ୍ରସୂତି ବିଭାଗର ଲିପ୍ଟ ଅଚଳ
ବୁର୍ଲା: ବୁର୍ଲା ଭିମସାରର ମହିଳା ଓ ସ୍ତ୍ରୀ ପ୍ରସୂତି ବିଭାଗରେ ରହିଥିବା ଲିଫ୍ଟ ବାରମ୍ବାର ଅଚଳ ହୋଇଛି। ଏ ନେଇ ହସପିଟାଲ ଅଧିକ୍ଷକଙ୍କୁ ଅଭିଯୋଗ କରିଛନ୍ତି ମହିଳା ଓ ସ୍ତ୍ରୀ ପ୍ରସୂତି ବିଭାଗୀୟ ମୁଖ୍ୟ। ସେପଟେ ଲିଫ୍ଟ ସଜାଡିବା ପାଇଁ ଦୁଇ ଦିନ ସମୟ ମାଗିଛି ବିଜୁଳି ରକ୍ଷଣବେକ୍ଷଣା ବିଭାଗ ଜିଇଡ଼ି। ତେବେ ବିଭାଗର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠୁଛି। ତେବେ ବାରମ୍ବାର ଲିଫ୍ଟ ଅଚଳତା ରୋଗୀ ସେବାକୁ ତୀବ୍ରତର ଭାବରେ ପ୍ରଭାବିତ କରୁଛି। ଲିଫ୍ଟ ଅଚଳ ହୋଇଯିବା ଫଳରେ ଅସ୍ତ୍ରୋପଚାର ହୋଇଥିବା ବା ପ୍ରସବା ରୋଗୀ ମାନଙ୍କୁ ତଳ ମହଲରୁ ଉପର ମହଲାକୁ ଏବଂ ଉପର ମହଲାରୁ ତଳ ମହଲାକୁ ନେବା ଆଣିବା କଷ୍ଟକର ହୋଇ ପଡୁଛି। ବୁର୍ଲା ଭିମସାର ହସପିଟାଲରେ ବିଭିନ୍ନ ବିଭାଗରେ ଲାଗିଥିବା ଲିଫ୍ଟ ମାନ ନିମ୍ନମାନର ହୋଇଥିବା ଫଳରେ ଲାଗିବା ଦିନ ଠାରୁ ବାରମ୍ବାର ଅଚଳତା ମଧ୍ୟରେ ଘାରି ହେଉଛି। ଯାହା ଫଳରେ ରୋଗୀ ସେବା ପ୍ରଭାବିତ ହେଉଛି।
Comments are closed.