www.samajalive.in
Sunday, December 7, 2025
18.1 C
Bhubaneswar

ବିଶ୍ୱ ପରିବେଶ ଦିବସ ପାଇଁ ଜେଏସଡବ୍ଲ୍ୟୁ ବିପିସଏଲ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ସମ୍ବଲପୁର: ଆଗାମୀ ବିଶ୍ୱ ପରିବେଶ ଦିବସ ପାଇଁ ଜେଏସଡବ୍ଲ୍ୟୁ ବିପିସଏଲ ଓ ଜେଏସଡବ୍ଲ୍ୟୁ ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବରେ ଜେଏସଡବ୍ଲ୍ୟୁ ବିପିସଏଲ ଅନ୍ତର୍ଗତ ସ୍କୁଲ ଗୁଡିକରେ ଜନତା ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପରିବେଶ ପ୍ରତି ସଚେତନତା ବୃଦ୍ଧି କରିବା ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ ପ୍ରତିଯୋଗିତାରେ ‘ଜମି ପୁନରୁଦ୍ଧାର, ମରୁଭୂମି ଓ ମରୁଡ଼ିର ମୁକାବିଲା’ ବିଷୟବସ୍ତୁ ଉପରେ ଆଧାରିତ ଚିତ୍ର ଆଙ୍କି ସମୁହ ଜମି ଓ ଇକୋ ସିଷ୍ଟମର ପୁନରୁଦ୍ଧାର, ପରିବେଶର ବିବିଧତାକୁ ରକ୍ଷା କରିବା ଏବଂ ଜଳବାୟୁ ପରିବର୍ତ୍ତନ ସହିତ ମୁକାବିଲା କରି ଜନସଚେତନତା ସୃଷ୍ଟି କରିବାର ମୁଖ୍ୟ ଲକ୍ଷ୍ୟ ରହିଛି। ଏହି କାର୍ଯ୍ୟକ୍ରମକୁ କର୍ପୋରେଟ ସୋସିଆଲ ରେସପନସିବିଲିଟି ବିଭାଗ ଏବଂ ପରିବେଶ ପରିଚାଳନା ବିଭାଗ ଜେଏସଡବ୍ଲ୍ୟୁ ବିପିସଏଲ ଦ୍ୱାରା ଆୟୋଜନ ଓ ପରିଚାଳନା କରାଯାଇଥିଲା। ଏଥିରେ ଲପଙ୍ଗା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଓ ଲପଙ୍ଗା ସ୍ଥିତ ସରକାରୀ ହାଇସ୍କୁଲର ସମୁଦାୟ ୫୧ ଜଣ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ନିଜର ପ୍ରତିଭାପୂର୍ଣ୍ଣ କଳାତ୍ମକ ଅଭିବ୍ୟକ୍ତ କରି ଗୁରୁତ୍ୱପୁର୍ଣ୍ଣ ପରିବେଶ ସମସ୍ୟା ଏବଂ ପୃଥବୀକୁ ସୁରକ୍ଷିତ ରଖିବା ପାଇଁ ସକ୍ରିୟ ପଦକ୍ଷେପ ଉପରେ ଚିତ୍ର ଆଙ୍କି ଥିଲେ। ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ଖାଦ୍ୟାନ୍ନ ବିତରଣ କରାଯିବା ସହିତ ମାନପତ୍ର ଦିଆଯାଇ ଉତ୍ସାହିତ କରାଯାଇଥିଲା। ଆଗାମୀ ଦିନରେ ମଧ୍ୟ ଜେଏସଡବ୍ଲ୍ୟୁ ବିପିସଏଲ ପକ୍ଷରୁ ପରିବେଶ ସଚେତନତା ସୃଷ୍ଟି ଓ ଜନସଚେତନତା ଉପରେ କାର୍ଯ୍ୟ ଜାରି ରଖିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories