ଲଇଡା ପଞ୍ଚାୟତର ୧୧ ନଳକୂପ ଅଚଳ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଅନ୍ତର୍ଗତ ଲଇଡା ଗ୍ରାମପଞ୍ଚlୟତର ବିଭିନ୍ନ ଗ୍ରାମରେ ଥିବା ୧୧ଟି ନଳକୂପ ଗତ ୨/୩ ମାସ ହେଲା ଅଚଳ ହୋଇପଡିଛି। ବିଭାଗୀୟ କର୍ତ୍ତୃପକ୍ଷ ଏସଂକ୍ରାନ୍ତରେ ଅବଗତ ଥିଲେ ମଧ୍ୟ ଅଚଳ ଥିବା ନଳକୂପ ମରାମତି କରି କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେଉନାହାନ୍ତି। ଫଳରେ ସଂପୃକ୍ତ ଅଞ୍ଚଳର ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସଂପ୍ରତି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଏ ଅଞ୍ଚଳ ୪୪/୪୫ ଡିଗ୍ରୀ ତାପମାତ୍ରାରେ ତତଲା କଢେଇ ଭଳି ସିଝିଥିବା ବେଳେ ନଳକୂପ ଗୁଡିକ ଅଚଳ ହୋଇ ପଡିଥିଲେ ମଧ୍ୟ କାର୍ଯ୍ୟକ୍ଷମ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଅଚଳ ଥିବା ନଳକୂପ ଗୁଡିକ ଶୀଘ୍ର କାର୍ଯ୍ୟକ୍ଷମ କରିବା ଦିଗରେ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି।

Comments are closed.