www.samajalive.in
Friday, December 5, 2025
20.1 C
Bhubaneswar

ଭୋଟ୍‌‌ ଦେଲେ ଅଭିନେତ୍ରୀ ତଥା ସାଂସଦ ପ୍ରାର୍ଥୀ କଙ୍ଗନା

ହିମାଚଳ: ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି। ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରଣାୱତ ସରକାଘାଟ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି। କଂଗ୍ରେସ ଏହି ଲୋକସଭା ଆସନରୁ ବିକ୍ରମାଦିତ୍ୟ ସିଂଙ୍କୁ ପ୍ରାର୍ଥୀ କରିଛି। ଭୋଟ୍‌‌ ଦେବା ପରେ କଙ୍ଗନା ରଣାୱତ କହିଛନ୍ତି ଯେ ଗଣତନ୍ତ୍ରର ଏହି ପର୍ବରେ ଭାଗ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଗଣତନ୍ତ୍ରର ଏହି ପର୍ବରେ ସମସ୍ତେ ସାମିଲ ହୋଇ ନିଜର ମତଦାନ ସାବ୍ୟସ୍ତ କରନ୍ତୁ ବୋଲି ନିବେଦନ କରିଛନ୍ତି କଙ୍ଗନା। ଏହି ଅବସରରେ କଙ୍ଗନା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲହର ଦେଶରେ ଜାରି ରହିବ। ଏଥର ୪୦୦ପାର ନାରାରେ ହିମାଚଳର ୪ଟି ସିଟ୍‌‌ ମଧ୍ୟ ସାମିଲ ହେବ। ନିଶ୍ଚିତ ଭାବେ ଏଠାରେ ଲୋକଙ୍କ ଆଶୀର୍ବାଦ ମୋତେ ମିଳିବ ବୋଲି କହିଛନ୍ତି କଙ୍ଗନା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories