ଜାତକରେ ବୁଧ ଗ୍ରହ ଉତ୍ତମ ସ୍ଥିତିରେ ରହିଲେ, ବ୍ୟକ୍ତି ବୁଦ୍ଧିମାନ, ଉତ୍ତମ ବାଣୀ, ବିଦ୍ୟା ଓ ବିଶିଷ୍ଟ ବ୍ୟବସାୟୀ ହୋଇଥାଆନ୍ତି। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ପଦନ୍ନୋତି ହେବ। ବୁଧ ଗ୍ରହ ମିଥୁନ ରାଶିର ସ୍ୱାମୀ। ବୁଧଙ୍କୁ ଗ୍ରହଙ୍କ ରାଜକୁମାର କୁହାଯାଏ। ବୁଧଙ୍କ ଶୁଭ ଫଳ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିଥାଏ।ମେ’ ୩୧ରୁ ବୁଧ ଗ୍ରହ ଚଳନ କରିବେ। ବୁଧ ମେଷ ରାଶିରୁ ବୃଷ ରାଶିରେ ପ୍ରବେଶ କରିବେ। ବୁଧଙ୍କ ଚଳନ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସୌଭାଗ୍ୟ ଆଣିବ। ଏମାନଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ସାଥ୍ ଦେବ। ବଡ ସଫଳତା ମିଳିବ। ଧନ ଲାଭ ହେବ। ବୁଦ୍ଧିମାନ ହେବେ। ଜାଣନ୍ତୁ ବୁଧ ବୃଷ ରାଶିରେ ପ୍ରବେଶ କରିବା ଦ୍ୱାରା କେଉଁ କେଉଁ ରାଶିମାନେ ଲାଭବାନ୍ ହେବେ..
ମେଷ – ବୁଧଙ୍କ ରାଶି ପରିବର୍ତ୍ତନ ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ବ୍ୟବସାୟୀ ଲାଭବାନ୍ ହେବେ। ସଫଳତା ମିଳିବ। ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କର ପଦନ୍ନୋତି ହେବ। ଆୟରେ ବୃଦ୍ଧି ହେବ। ଘରେ ସୁଖସମୃଦ୍ଧିର ବାତାବରଣ ରହିବ।
୬ ଜୁନ ଶନି ଜୟନ୍ତୀ : ମେଷ ଠାରୁ ମୀନ ବାସ୍ ଏହି ଜିନିଷ ଦାନ କରନ୍ତୁ, କେମିତି ଚମକିବ ଭାଗ୍ୟ, ହେବ ଚମତ୍କାର..
ବୃଷ – ବୁଧଙ୍କ ରାଶି ପରିବର୍ତ୍ତନ ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ଲାଭଦାୟକ। କାରଣ ବୁଧ ବୃଷ ରାଶିରେ ପ୍ରବେଶ କରିବେ। ଆପଣଙ୍କୁ ମାନ-ସମ୍ମାନ, ପଦନ୍ନୋତି, ଦରମାରେ ବୃଦ୍ଧି, ଧର୍ମକର୍ମରେ ରୁଚି ବଢିବ। ବନ୍ଧୁଙ୍କ ସହଯୋଗ ମିଳିବ।
ମିଥୁନ – ବୁଧ ମିଥୁନ ରାଶିର ସ୍ୱାମୀ। ଏମାନଙ୍କୁ ଭଲ ଫଳ ମିଳିବ। ଚାକିରି କରୁଥିବା ବ୍ୟକ୍ତିବିଶେଷ ଲାଭବାନ୍ ହେବେ। ଦରମା ବଢିବ। ଶୁଭ ଖବର ମିଳିବ।
ଜାଣନ୍ତି କି କେତେ ତାପମାତ୍ରା ସହ୍ୟ କରିପାରିବ ମନୁଷ୍ୟ ଶରୀର; ୫୦ ଡିଗ୍ରୀ ପାର୍ ହେଲା ମାନେ..
ସିଂହ – ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବୁଧ ଗ୍ରହ ଶୁଭଫଳ ପ୍ରଦାନ କରିବେ। ଦୀର୍ଘ ସମୟ ପରେ ଚାକିରି ଓ ବ୍ୟବସାୟରେ ଲାଭ ମିଳିବ। ଉତ୍ତମ ସମୟ ଅତିବାହିତ କରିବେ। ଧନର ନୂଆ ସ୍ରୋତ ମିଳିବ। ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। ଆର୍ଥିକ ସ୍ଥିତି ମଜଭୂତ ହେବ।



