ଚଳନ୍ତା କାରରେ ଥଣ୍ଡା ପାଣିର ମଜା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାର ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ । ଏମିତି ଏକ ମଜାଳିଆ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ କିଛି ଲୋକ କାରରେ ମସ୍ତି କରୁଛନ୍ତି । ଭିଡିଓରେ ନଜର ଆସୁଛି କି କିଛି ଲୋକ କାରକୁ ଓ୍ବାଟରପୁଲରେ ପରିବର୍ତ୍ତନ କରିଦେଇଛନ୍ତି । ପ୍ଲାଷ୍ଟିକ୍ ସିଟ ଓ ପାଣି ଭର୍ତ୍ତି କରି ଯୁବକମାନେ ଗରମରେ ଥଣ୍ଡା ପାଣିର ମଜା ନେଉଥିବା ନଜର ଆସୁଛି । ଏହି ଭିଡିଓ ଦେଖି ସମସ୍ତେ ତାଙ୍କ ବୁଦ୍ଧିକୁ ପ୍ରଶଂସା କରୁଛନ୍ତି ।

 

View this post on Instagram

 

A post shared by Pubity (@pubity)

ଇନଷ୍ଟାଗ୍ରାମରେ ଭିଡିଓ ଭାଇରାଲ ହେଉଛି । ସମସ୍ତେ ଏହାକୁ ବହୁତ ପସନ୍ଦ କରୁଛନ୍ତି । କହିରଖୁଛୁ ଏ ଭିଡିଓକୁ ଏପର୍ଯ୍ୟନ୍ତ ଦେଢ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏଥିରେ ସମସ୍ତେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ସମସ୍ତେ ପ୍ରତିକ୍ରିୟା ରଖି କହୁଛନ୍ତି କି ଗରମରୁ ରକ୍ଷା ପାଇବା ପାଇଁ କେବଳ ଏହି ଉପାୟ ହିଁ କାମ ଦେବ ।

Comments are closed.