www.samajalive.in
Saturday, December 6, 2025
15.1 C
Bhubaneswar

ନନ୍ଦନକାନନ ‘ରୋପ ୱେ’ରେ ଏନଡିଆରଏଫର ଉଦ୍ଧାରକାର୍ଯ୍ୟ ଅଭ୍ୟାସ

ତ୍ରଶୂଳିଆ: ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ମୁଣ୍ଡଳୀସ୍ଥିତ ଏନଡିଆରଏଫ ୩ୟ ବାହିନୀ ପକ୍ଷରୁ ‘ରୋପ ୱେ’ ନିରାପତ୍ତା ସମ୍ବନ୍ଧୀୟ ଏକ ଉଦ୍ଧାରକାର୍ଯ୍ୟ ଅଭ୍ୟାସ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ନନ୍ଦନକାନନରେ ଦାମୋଦର ରୋପୱେ ଆଣ୍ଡ ଇନ୍‌‌ଫ୍ରା ଲିମିଟେଡ୍‌‌ (ଡ୍ରିଲ) ଦ୍ୱାରା ଏହି ରୋପୱେ ପରିଚାଳିତ ହେଉଛି। ନନ୍ଦନକାନନ, ଡ୍ରିଲ ଓ ଏନଡିଆରଏଫର ମିଳିତ ସହଭାଗିତାରେ ଏହି ଉଦ୍ଧାରକାର୍ଯ୍ୟ ଅଭ୍ୟାସ ଅନୁଷ୍ଠିତ ହୋଇଥିଲା। ରୋପୱେ ଚାଲୁଥିବା ବେଳେ କୌଣସି ଆପାତ୍ତକାଳୀନ ସମୟରେ ପର୍ଯ୍ୟଟକଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ ସେନେଇ ଏହି ମିଳିତ ଅଭ୍ୟାସ ଅନୁଷ୍ଠିତ ହୋଇଥିଲା।

ପ୍ରାଣୀ ଉଦ୍ୟାନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ଏହି ରୋପୱେରେ ପର୍ଯ୍ୟଟକମାନେ କାଞ୍ଜିଆ ହ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ୧୨ଟି ପ୍ରକୋଷ୍ଠ ବିଶିଷ୍ଟ ଏହି ରୋପୱେର ଗୋଟିଏ ପ୍ରକୋଷ୍ଠରେ ୬ ଜଣ ପର୍ଯ୍ୟଟକ ବସିବା ସୁବିଧା ରହିଥିବାବେଳେ ଏକା ସାଙ୍ଗରେ ୭୨ ଜଣ ଏହାର ମଜା ନେଇପାରିବେ। ଏହି ଅଭ୍ୟାସରେ ମୁଣ୍ଡଳୀସ୍ଥିତ ଏନଡିଆରଏଫର ୩ୟ ବାହିନୀର ଡେପୁଟି କମାଣ୍ଡାଣ୍ଟ ଧନଞ୍ଜୟ କୁମାର, ନନ୍ଦନକାନନର ରୋପୱେ ଅଧିକାରୀ ରହେମାନ ମଣ୍ଡଳ, ସୋମୁ ବାନାର୍ଜୀ, ପନାନ ପୁଞ୍ଜିଆରାଙ୍କ ସମେତ ନନ୍ଦନକାନନର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories