ଗୁରୁବାର ରାଶିଫଳ: ଶତ୍ରୁ ବିଜୟୀ ହେବେ
ମେଷ- ବିଶାଳ ଯଶ ଅର୍ଜନ କରି ଲୋକ ପୂଜ୍ୟ ହେବେ। ନାନା ସୁଖର ଅଧିକାରୀ ହେଇପାରନ୍ତି। ଦୁଃଖୀ, ଦରିଦ୍ର ଓ ରୁଗ୍ଣ ଲୋକମାନଙ୍କୁ ସ୍ବେଚ୍ଛାକୃତ ଦାନ କରି ଆତ୍ମସନ୍ତୋଷ ଲାଭ କରିବେ। ଶତ୍ରୁ ବିଜୟୀ ହେବେ ।
ବୃଷ- ଗୁରୁ ଗୁରୁଜନ ଓ ମାନ୍ୟତା ପ୍ରାପ୍ତ ବ୍ୟକ୍ତିଙ୍କ ନିକଟରେ ବିନୟାବନତ ହେବେ। ପ୍ରତିଥ ପ୍ରତାପୀ ହୋଇପାରନ୍ତି। ଦ୍ବିଜମାନଙ୍କ ନିକଟରେ ଅନୁରକ୍ତି ରହି ଦୃଢ଼ ପୌରୁଷର ଅଧିକାରୀ ହୋଇପାରନ୍ତି।
ମିଥୁନ- ସତ୍ ପାତ୍ରରେ ଦାନ ଦେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ସତ୍ୟର ଉପାସକ ହେଇପାରନ୍ତି। ପତ୍ନୀ ପୁତ୍ର ସମେତ ସୁଖ ଅନୁଭବ କରିପାରନ୍ତି। ଧନୀ ବ୍ୟକ୍ତିମାନଙ୍କୁ ସ୍ତୁତି ବଳରେ ଜ୍ଞାନୀ କରିବେ।
କର୍କଟ- ସ୍ବରୂପ ଓ ବେଶ ପରିପାଟିରେ ମଳିନତା ଦେଖାଦେବ। ଭ୍ରମଣ ବ୍ୟର୍ଥ ହେବାର ସୂଚନା ମିଳୁଛି। ସୁଖ ଭୋଗ କରିବାର ଆଶା ମଉଳି ଯାଇପାରେ। ପତ୍ନୀଙ୍କ ସନ୍ତୁଷ୍ଟିରେ ବିଫଳ ମନୋରଥ ହେବେ।
ସିଂହ- ପର ପତ୍ନୀଙ୍କୁ ମାତୃବତ୍ ଜ୍ଞାନ କରି ଆଦର୍ଶ ଆଚରଣ ବିଧିରେ ତାଙ୍କୁ ରାଜ୍ୟ ପୂଜାର ଆସନ ଦେଇପାରନ୍ତି। ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ ମର୍ଯ୍ୟାଦା ପ୍ରାପ୍ତି ପାଇଁ ସୁପାରିସ କରିବେ; ମାତ୍ର ନିଜକୁ ଅକିଞ୍ଚନ ଘୋଷଣା କରିବେ।
କନ୍ୟା- ଶାରୀରିକ ଅସୁସ୍ଥତା ଅନୁଭବ କରି ନିଜର ଦୈନନ୍ଦିନ କାର୍ଯ୍ୟର ଧାରା ଶୀଥିଳ କରିପାରନ୍ତି। ଆଦର୍ଶ ଆଚରଣ ବିଧି ପାଳନ କରି ଜନସାଧାରଣଙ୍କର ସମ୍ମାନସ୍ପଦ ହେବେ। ଶତ୍ରୁମାନେ ଶତ୍ରୁତାରୁ ଓହରି ଯାଇପାରନ୍ତି।
ତୁଳା- ପୁତ୍ର ସୁଖ ପାଇବାକୁ ହେଲେ ବହୁ କଷ୍ଟ ସହିବାକୁ ପଡ଼ିବ। ଶାସ୍ତ୍ରକୁ ଆୟତ୍ତ କରିବା ପାଇଁ ଅଧିକ ଶ୍ରମ ସ୍ବୀକାର କରିବାକୁ ପଡ଼ିପାରେ। ଅବଶେଷରେ କୃତକାର୍ଯ୍ୟ ହେବେ। ଆପଣଙ୍କ ନେତୃତ୍ବରେ ଲୋକେ ଧର୍ମାନୁଗାମୀ ହେବେ।
ବିଛା- ମହାନ୍ ଗୌରବର ଅଧିକାରୀ ହେବେ। ଅସୁସ୍ଥତା ଅନୁଭବ କରୁଥିଲେ ମଧ୍ୟ କର୍ତ୍ତବ୍ୟରେ ଅବହେଳା କରିବେ ନାହିଁ। ଜଣେ ଦାୟିତ୍ବବାନ ବ୍ୟକ୍ତି ବିଶେଷ ଭାବେ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ଭରସାର ପାତ୍ର ହେବେ।
ଧନୁ- ନିରୀହ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ଅର୍ଥବଳ ତେଜ ଥିବାରୁ ପ୍ରମାଦହୀନ ହେଇପାରନ୍ତି। ସେବାରେ ବ୍ରତୀ ହେଇ ବହୁ ସାଧୁଙ୍କର କଲ୍ୟାଣ ଭାଜନ ହେବେ। କର୍ମକ୍ଷେତ୍ରରେ ମିତ୍ରତା ବୃଦ୍ଧି ହେବ।
ମକର- ବିବାଦୀୟ ହୋଇପାରନ୍ତି। ବହୁ ବ୍ୟକ୍ତିଙ୍କ ଚକ୍ଷୁଶୀଳ ହୋଇପାରନ୍ତି। ବିରକ୍ତି ଭାବର ବଶ ହୋଇ ବହୁ ବନ୍ଧୁଙ୍କୁ ବାଧ୍ୟ ହେଇ ପରିତ୍ୟାଗ କରିପାରନ୍ତି। କିଛିଦିନ ପାଇଁ ଅନାଟ ଜନିତ ଦୁର୍ଦଶା ଭୋଗ କରିପାରନ୍ତି।
କୁମ୍ଭ- କ୍ଷୁଦ୍ର ସ୍ବଭାବ ସମ୍ପନ୍ନ ଲୋକଙ୍କଠାରୁ ଦୂରେଇ ରହିବାକୁ ପଡ଼ିବ। ଜନସାଧାରଣଙ୍କର ଆତ୍ମାଭାଜନ ହେବେ। ଧର୍ମ ରକ୍ଷତି ରକ୍ଷିତଃ ନୀତି ଅବଲମ୍ବନ କରିବାକୁ ପଡ଼ିବ।
ମୀନ- ସନ୍ତାନମାନଙ୍କ ପାଇଁ ପୌରୁଷ ପଣିଆରେ ଦାଗ ଲାଗିପାରେ। ନିଜର କର୍ମ ବଳରେ ବଳୀୟାନ ହେଇ ଜନସାଧାରଣଙ୍କ ଆସ୍ଥାଭାଜନ ହେଇପାରନ୍ତି। ଲଜ୍ୟା ପରିତ୍ୟାଗ କରି ସ୍ପଷ୍ଟବାଦୀ ହେବାକୁ ପଡ଼ିବ। କର୍ତ୍ତବ୍ୟ ନିଷ୍ଟ ହେବେ।
Comments are closed.