www.samajalive.in
Friday, December 5, 2025
27.1 C
Bhubaneswar

କିସ୍ତି ଟଙ୍କା ଦେଇ ନ ପାରିବାରୁ ମହିଳାଙ୍କୁ ଅର୍ଥଲଗାଣକାରୀ ସଂସ୍ଥା କର୍ମଚାରୀଙ୍କ ମାଡ଼, ୩ ଅଟକ

ଇାରଙ୍ଗ/ତ୍ରିଶୁଳିଆ: କିସ୍ତି ଟଙ୍କା ଦେଇ ନ ପାରିବାରୁ ଏକ ଅର୍ଥଲଗାଣକାରୀ ସଂସ୍ଥା କର୍ମଚାରୀମାନେ ଜଣେ ମହିଳାଙ୍କୁ ମାଡ଼ ମାରି ଆହତ କରିଛନ୍ତି। ଏ ନେଇ ଗୋଡ଼ିସାହି ଫାଣ୍ଡିରେ ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ବିଦ୍ୟାଧରପୁର ଗ୍ରାମର ନିରଞ୍ଜନ ଲେଙ୍କାଙ୍କ ସ୍ତ୍ରୀ ବିଦୁଲତା ଲେଙ୍କା (୪୮) ଏକ ଅର୍ଥଲଗାଣକାରୀ ସଂସ୍ଥାଠାରୁ ୩୦ ହଜାର ଟଙ୍କା ଋଣ ଆଣିଥିଲେ। ମାସକୁ ୧୭୮୦ ଟଙ୍କା କିସ୍ତି ଆକାରରେ ପରିଶୋଧ କରୁଥିଲେ। ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ଗତ ୨ ମାସ ହେବ କିସ୍ତି ଦେଇ ନ ଥିଲେ। ଶୁକ୍ରବାର କିସ୍ତି ଟଙ୍କା ପରିଶୋଧ କରିଦେବେ ବୋଲି ସଂସ୍ଥାର ଜଣେ ଅଧିକାରୀଙ୍କୁ ଜଣାଇଥିଲେ। ଏହା ସତ୍ୱେ ବୁଧବାର ପୂର୍ବାହ୍ନରେ ସଂସ୍ଥାର ୨ ଜଣ ମହିଳା ଏବଂ ଜଣେ ପୁରୁଷ କର୍ମଚାରୀ ତାଙ୍କ ଘରକୁ ଆସି କିସ୍ତି ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ଘରେ ସ୍ୱାମୀ ଓ ପୁତ୍ର ନ ଥିବା ଦେଖି ସେହି କର୍ମଚାରୀମାନେ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ବିଦୁଲତା ଅଚେତ ହୋଇପଡ଼ିବାରୁ ସଂସ୍ଥା କର୍ମଚାରୀମାନେ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଗ୍ରାମବାସୀମାନେ ଦେଖି ସେମାନଙ୍କୁ ଧରି ପୁଲିସକୁ ଖବର ଦେଇଥିଲେ। ପୁଲିସ ବିଦୁଲତାଙ୍କୁ ଡାକ୍ତରଖାନାକୁ ପଠାଇବା ସହ ଅର୍ଥଲଗାଣକାରୀ ସଂସ୍ଥା କର୍ମଚାରୀଙ୍କୁ ଥାନାକୁ ନେଇଥିଲା।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories