www.samajalive.in
Friday, December 5, 2025
17.1 C
Bhubaneswar

କନ୍ୟାକୁମାରୀରେ ଆଜିଠୁ ଦୁଇଦିନ ଧ୍ୟାନ କରିବେ ମୋଦୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପ୍ରଚାର ଶେଷ ପରେ ଆଜିଠାରୁ ଦୁଇ ଦିନିଆ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଦୁଇଦିନ ଧରି କନ୍ୟାକୁମାରୀର ସ୍ବାମୀ ବିବେକାନନ୍ଦ ଧ୍ୟାନ ମଣ୍ଡପମ୍‌ରେ ଧ୍ୟାନରେ ବସିବେ। ମେ ୩୦ ତାରିଖ ଅର୍ଥାତ୍ ଆଜି ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ ନିମନ୍ତେ ପ୍ରଚାର ​‌ଶେଷ ହେବ। ତେଣୁ ମୋଦୀ ଆଜି  ସନ୍ଧ୍ୟାରୁ ଜୁନ୍‌ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଧ୍ୟାନ କରିବେ। ଧ୍ୟାନ କରିବା ସମୟରେ ପ୍ରାୟ ୨ ହଜାର ପୋଲିସ କର୍ମଚାରୀ ଏବଂ ସୁରକ୍ଷା ଏଜେନ୍ସି ନିୟୋଜିତ ହେବେ। ଆଜିଠାରୁ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ରକୂଳ ବନ୍ଦ ରହିବ।  ଏବଂ ଘରୋଇ ଡଙ୍ଗା ଚାଳନା ମଧ୍ୟ ବନ୍ଦ ରହିବ । କନ୍ୟାକୁମାରୀର ସ୍ବାମୀ ବିବେକାନନ୍ଦୀ ସ୍ମାରକୀ ସ୍ଥଳର ଏକ ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି। କାରଣ ଏଠାରେ ଧ୍ୟାନ କରିବା ପରେ ବିବେକାନନ୍ଦଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଥିଲା ବୋଲି କୁହାଯାଏ। ବିବେକାନନ୍ଦ ସାରା ଦେଶ ଭ୍ରମଣ କରିବା ପରେ ଏହି ସ୍ମାରକୀ ସ୍ଥଳରେ ତିନିଦିନ ଧରି ଧ୍ୟାନ କରିଥିଲେ।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories