www.samajalive.in
Saturday, December 6, 2025
14.1 C
Bhubaneswar

ଭୋର୍ ୫ଟା ୩୦ ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ଛୁଇଁଲା ୩୧ଡିଗ୍ରୀ

ଭୁବନେଶ୍ଵର: ରାଜ୍ୟରେ ପୁଣି ବଢିଲା ତାତି । ସକାଳୁ ସକାଳୁ ରାଜଧାନୀରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି। ସକାଳ ଭୋର୍ ୫ଟା ୩୦ ସୁଦ୍ଧା ଭୁବନେଶ୍ଵରର ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ ହୋଇଛି। ଆର୍ଦ୍ରତା ୮୭ ପ୍ରତିଶତ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ଦୁଇ ଦିନ ଭିତରେ ତାପମାତ୍ରା ୨ରୁ ୩ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବୁଧବାର ୪ଟି ସହରରେ ତାପମାତ୍ରା ୪୬ ଡିଗ୍ରୀ ଟପିଥିଲା। ବଲାଙ୍ଗୀରରେ ୪୬.୩, ସୋନପୁର ୪୬.୨, ଟିଟଲାଗଡ ଓ ଝାରସୁଗୁଡାରେ ୪୬ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେପଟେ ଆଜି ସିଭିୟର ହିଟ୍ ଓ୍ବେଭ୍ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories