www.samajalive.in
Monday, December 15, 2025
27.1 C
Bhubaneswar

ରାସ୍ତାକଡରୁ ଅବାଧରେ ଚାଲିଛି ଗଛକଟା, ପରିବେଶବିତ୍‌ଙ୍କ ଉଦ୍‌‌ବେଗ

ଗୁରୁଡ଼ିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆଡିହ ଓ ନାରଙ୍ଗବସ୍ତ ଗାଁ ମଧ୍ୟସ୍ଥଳରେ ରାସ୍ତା ପାର୍ଶ୍ବରୁ ବେଧଡକ ଭାବେ ଗଛକଟା ଚାଲିଛି। ଯାହାକୁ ନେଇ ପରିବେଶବିତ୍‌‌ ମାନେ ଉଦବେଗ ପ୍ରକାଶ କରିଛନ୍ତି। ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆପାଟଣା ଠାରୁ ଆଠଗଡ଼ ପର୍ଯ୍ୟନ୍ତ ଉନ୍ନତିକରଣ ଓ ସଂପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଏହି ରାସ୍ତାର ନୂଆଡିହ ଓ ନାରଙ୍ଗବସ୍ତ ମଧ୍ୟରେ ସଂପ୍ରସାରଣ କାର୍ଯ୍ୟ ସଂପୂର୍ଣ୍ଣ ହାଇସାରିଲାଣି। ରାସ୍ତା ପାର୍ଶ୍ବରେ ଛାୟା ପ୍ରଦାନ କରୁଥିବା ୮ରୁ ୧୦ ଫୁଟ ଗୋଲେଇ ଏକାଧିକ ଗଛକୁ କିଛି ଖଳ ପ୍ରକୃତିର ଲୋକମାନେ ଅବାରିତ ଭାବେ କାଟି ଦିନ ଦ୍ୱିପ୍ରହରରେ ବାହାରକୁ ଚୋରା ଚାଲାଣ କରୁଛନ୍ତି। ରାସ୍ଥା ଓ କୋଠାବାଡି ବିଭାଗର ଅଧିକାରୀ ଓ ସ୍ଥାନୀୟ ବନବିଭାଗ ପାଖରେ ଏ ନେଇ ଖବର ନାହିଁ। ରାସ୍ତା ପାଇଁ ବାଧକ ସୃଷ୍ଟି କରୁନଥିବା ସଂପ୍ରସାରଣ ପରେ ରାସ୍ତା ପାର୍ଶ୍ବରେ ଛାୟା ପ୍ରଦାନ କରୁଥିବା ଗଛଗୁଡିକୁ କଟାଯାଉଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ମୁରବୀ ବା ଗ୍ରାମବାସୀ ମୁହଁ ନଖୋଲିବା ପଛରେ କି ରହସ୍ୟ ରହିଛି ତାହା ବୁଝାପଡୁନାହିଁ। ରାସ୍ତାପାର୍ଶ୍ବରୁ ଅବାରିତ ଭାବେ ଗଛଗୁଡିକୁ କାଟି ପରିବେଶକୁ ଭୁଲୁଣ୍ଠିତ କରୁଥିବା ଅସାମାଜିକ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବିମାନେ ଦାବି କରିଛନ୍ତି। ଏ ସଂପର୍କରେ ରାସ୍ତା ଓ କୋଠାବାଡି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଘଟଣାର ଅନୁଧ୍ୟାନ କରିବେ ବୋଲି କହିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories