www.samajalive.in
Saturday, December 6, 2025
26.1 C
Bhubaneswar

ସାମ୍ନାକୁ ଆସିଲା ଅମିର ଖାନଙ୍କ ପୁଅ ଜୁନୈଦଙ୍କ ପ୍ରଥମ ଚଳଚ୍ଚିତ୍ରର ଝଲକ୍‌, ଦର୍ଶକ ଉତ୍ସାହିତ

ମୁମ୍ବଇ: ଅମିର ଖାନଙ୍କ ପୁଅ ଜୁନୈଦ ଖାନଙ୍କ ପ୍ରଥମ ଚଳଚ୍ଚିତ୍ର ‘ମହାରାଜ’ର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ପି ମାଲହୋତ୍ରା ‘ମହାରାଜ’ ସହ ଓଟିଟି ଜଗତରେ ପାଦ ଥାପିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଫିଲ୍ମର ପ୍ରଥମ ଲୁକ୍‌ ପୋଷ୍ଟର ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ୍‌ ହୋଇଛି। ଏଥିରେ ଜୁନୈଦ ଖାନ ଓ ଜୟଦୀପ ଅହଲାଓ୍ବତଙ୍କୁ ଦେଖିବାକୁ ମିଳିଛି।

ପୋଷ୍ଟର ସହ କ୍ୟାପ୍ସନରେ ଲେଖା ହୋଇଛି, ‘‘ଜଣେ ଶକ୍ତିଶାଳୀ ବ୍ୟକ୍ତି ଏବଂ ନିର୍ଭୀକ ସାମ୍ବାଦିକଙ୍କ ମଧ୍ୟରେ ସତ୍ୟ ପାଇଁ ସଂଗ୍ରାମ। ସତ୍ୟ ଘଟଣା ଉପରେ ଆଧାରିତ। ଜୁନ୍ ୧୪ରେ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ ମହାରାଜ’’।

- Advertisement -


ଏଥିରେ ଜୁନୈଦଙ୍କ ବ୍ୟତୀତ ଜୟଦୀପ ଅହଲାଓ୍ବତ, ଶର୍ଭରୀ ବାଘ ଓ ଶାଳିନୀ ପାଣ୍ଡେ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ବିପୁଳ ମେହେଟ୍ଟା ଓ ସ୍ନେହା ଦେସାଇ ଲେଖିଛନ୍ତି। ପ୍ରଥମ ପୋଷ୍ଟର ଅନାବରଣ ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବୃଦ୍ଧି ପାଇଛି। ଲୋକେ କମେଣ୍ଟ ଜରିଆରେ ଚଳଚ୍ଚିତ୍ରକୁ ନେଇ ସେମାନଙ୍କ ଉତ୍କଣ୍ଠା ପ୍ରକାଶ କରିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories