www.samajalive.in
Saturday, December 6, 2025
15.1 C
Bhubaneswar

ଜୁନ ୩ରେ ବିରଳ ମହାଜାଗତିକ ଦୃଶ୍ୟ, ଗୋଟିଏ ସରଳରେଖାରେ ରହିବେ ୬ଟି ଗ୍ରହ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ଜୁନ ୩ ତାରିଖରେ ଦେଖିବାକୁ ମିଳିବ ଏକ ବିରଳ ମହାଜାଗତିକ ଦୃଶ୍ୟ। ଏହି ଦିନ ଆମ ସୌରମଣ୍ଡଳରେ ଗୋଟିଏ ସରଳରେଖାରେ ୬ଟି ଗ୍ରହଙ୍କୁ ଦେଖିବାକୁ ମିଳିବ। ଏହାକୁ ‘ପରେଡ୍‌‌ ଅଫ ପ୍ଲାନେଟ୍‌‌ସ’ ବୋଲି କୁହାଯାଏ। ଏହାକୁ କେବଳ ଏକ ମହାଜାଗତିକ ଦୃଶ୍ୟ ବୋଲି ବିବେଚନା କରାଯାଉ ନାହିଁ, ବରଂ ବୈଜ୍ଞାନିକଙ୍କ ଗବେଷଣା ଏବଂ ମହାଜାଗତିକ ଘଟଣା ସହିତ ଜନସାଧାରଣ ଯୋଡ଼ି ହେବା ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି କୁହାଯାଉଛି।

ଜୁନ ୩ ତାରିଖ ପ୍ରାତଃକାଳରେ ଏହି ଦୃଶ୍ୟ ଦେଖିବାକୁ ମିଳିବ। ବୁଧ, ବୃହସ୍ପତି, ମଙ୍ଗଳ, ଶନି, ୟୁରାନସ ଏବଂ ନେପଚୁନ୍‌‌ ଆଦି ଗ୍ରହ ଗୋଟିଏ ସରଳରେଖାରେ ଅବସ୍ଥାନ କରିବେ। ତେବେ ଏହି ଗ୍ରହଗୁଡ଼ିକ ପୃଥୀବିଠାରୁ ବହୁ ଦୂରରେ ରହିଥିବାରୁ ସମସ୍ତଙ୍କୁ ଖାଲିଆଖିରେ ଦେଖି ହେବନାହିଁ। ଉତ୍ତର ଗୋଲାର୍ଦ୍ଧରୁ ଏହି ଦୃଶ୍ୟକୁ ଭଲ ଭାବରେ ଦେଖିହେବ।

- Advertisement -

ବୁଧ ଏବଂ ବୃହସ୍ପତିଙ୍କୁ ଖାଲିଆଖିରେ ଆକାଶରେ ଦେଖିବା କଷ୍ଟକର। କାରଣ ଏହି ଦୁଇ ଗ୍ରହ ସୂର୍ଯ୍ୟଙ୍କ ଅତି ନିକଟତର ହୋଇଥିବାରୁ ସେମାନଙ୍କୁ ସହଜରେ ଦେଖିହେବ ନାହିଁ। କିନ୍ତୁ ମଙ୍ଗଳ ଏବଂ ଶନିଙ୍କୁ ଖାଲି ଆଖିରେ ଦେଖି ହେବ। ୟୁରାନସ ଏବଂ ନେପଚୁନଙ୍କୁ ଦେଖିବା ଲାଗି ଦୂରବୀକ୍ଷଣ ଯନ୍ତ୍ରର ସହାୟତା ଦରକାର ପଡ଼ିବ।

ବିଳମ୍ବିତ ରାତିରେ ସର୍ବପ୍ରଥମେ ହଳଦିଆ ରଙ୍ଗରେ ଚମକୁଥିବା ଶନିଙ୍କୁ ଦେଖିବାକୁ ମିଳିବ।ଏହା ପରେ ନେପଚୁନ ଦେଖାଯିବ, କିନ୍ତୁ ଏଥିପାଇଁ ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ରହିଛି। ରାତିର ସମୟ ବଢ଼଼ିବା ପରେ ଲାଲ୍‌‌ ରଙ୍ଗର ମଙ୍ଗଳ ଗ୍ରହ ଦୃଶ୍ୟମାନ ହେବ। ଖାଲି ଆଖିରେ ଏହାକୁ ଦେଖିହେବ। ଭୋର ସମୟରେ ୟୁରାନସ, ବୃହସ୍ପତି ଏବଂ ବୁଧଙ୍କୁ ଦେଖିବାକୁ ମିଳିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories