www.samajalive.in
Saturday, December 6, 2025
15.1 C
Bhubaneswar

ମହାନଦୀ ଶୁଖିଲା ,ମାଛଧରା ବେଉସା ବୁଡିଲା

ହରଭଙ୍ଗା : ଓଡିଶାର ଜୀବନଧାରା କୁହାଯାଉଥିବା ମହାନଦୀ ଗ୍ରୀଷ୍ମ ଆରମ୍ଭରୁ ଶୁଖିଲା ପଡିଲାଣିି। ଡିସେମ୍ବର ଶେଷ ଆଡକୁ ମହାନଦୀର ଜଳସ୍ତର ଧିରେ ଧିରେ ହ୍ରାସ ହୋଇ ମଇ ମାସ ମଧ୍ୟ ଭାଗ ସୁଦ୍ଧା ସମ୍ପୂର୍ଣ୍ଣ ଶୁଖିଲା ଅବସ୍ଥାକୁ ଚାଲିଗଲାଣି। ଯାହା ଫଳରେ ବୌଦ୍ଧ ଜିଲ୍ଲାର ମହାନଦୀ ଉପରେ ନିର୍ଭର କରି ଜୀବନ କାଟୁଥିବା ଶହ ଶହ ମତ୍ସ୍ୟଜୀବୀ ପରିବାରଙ୍କ ଜୀବନ ଜୀବିକା ସଙ୍କଟରେ ପଡିଛି। ଏଭଳି ଅବସ୍ଥାରେ ଏକ ଗାଁ ରହିଛି ବୌଦ୍ଧଜିଲ୍ଲା ହରଭଙ୍ଗା ପଂଚାୟତର ରହିଛି କୋଡାଶିଙ୍ଗା ଗାଁ। ମହାନଦୀ ଗାଁ ଲୋକଙ୍କ ପାଇଁ ଜୀବନ ଜୀବିକା ପାଲଟିଛି। କାହିଁ କେଉଁ କାଳରୁ ମହାନଦୀ କୂଳରେ ଏମାନେ ବସତି ସ୍ଥାପନ କରି ଦିନ କାଟୁଛନ୍ତି।ପ୍ରଳୟଙ୍କାରୀ ବନ୍ୟା ବିଭିଷୀକା ପରେ ମଧ୍ୟ ଏମାନେ ଭିଟାମାଟି ଛାଡିବାକୁ ମନ ବଳାଇନାହାଁନ୍ତି। ପ୍ରତିବର୍ଷ ମହାନଦୀ ବନ୍ୟାରେ ଗାଁ ଲୋକେ ପ୍ରଭାବିତ ହେଉଥିଲେ ମଧ୍ୟ ମାଛଧରା ଜୀବିକା ପାଇଁ ଗାଁ ଲୋକଙ୍କ ଜୀବନ ଏଠାରେ ପୁରୁଷ ପୁରୁଷ ଧରି ବନ୍ଧା ପଡିଛି।

ଜୁନ୍ ମାସରେ ସୁନା ଭଳି ଏହି ରାଶିଙ୍କ ଭାଗ୍ୟ ଚମକାଇବେ ମା’ଲକ୍ଷ୍ମୀ: ମିଳିବ ଧନ, ଚାକିରି, ଉତ୍ତମ ସ୍ୱାସ୍ଥ୍ୟ..

- Advertisement -

ଦିନକୁ ଦିନ ଗାଁରେ ପରିବାର ସଂଖ୍ୟା ସହ ଘରଦ୍ୱାର ବୃଦ୍ଧି ପାଇବାରେ ଲାଗିଛି। ପ୍ରକାଶ ଯେ ପଂଚାୟତର ୧୩ନଂ ୱାର୍ଡ ଅର୍ନ୍ତଗତ କୋଡାଶିଙ୍ଗା ଗାଁରେ ୭୨ଟି ପରିବାର ୪୫୦ ଲୋକ ବସବାସ କରୁଛନ୍ତି। ସେଥିୁରୁ ୯୯ପ୍ରତିଶ୍ରତ ପରିବାର ଧିବର ସମ୍ପ୍ରଦାୟର।ମହାନଦୀରୁ ପ୍ରତିଦିନ ମାଛମାରି ଏମାନେ ତେଲ ଲୁଣ କରି ଗୁଜୁରାଣ ମେଟାଂନ୍ତି। ପ୍ରତିବର୍ଷ ମହାନଦୀ ବନ୍ୟାରେ କୂଳ ଧୋଇ ହୋଇ ନଦୀ ଗାଁ ମୁହାଁ ହେଲାଣିି। ବନ୍ୟା ପଭାବରେ ପାଖାପାଖି ୫ଶହ ମିଟରରୁ ଅଧିକ କୂଳ ଖାଇ ଗାଁ ଆଡକୁ ମାଡି ଆସିଲାଣି।ଫଳରେ ଏମାନଙ୍କ ଜୀବନ ଜୀବିକା ସାରୁ ପତ୍ରରେ ଏକ ପ୍ରକାର ବନ୍ଧା ପଡିଛି। ବର୍ଷାଦିନେ ମହାନଦୀର ଉଛୁଳା ବନ୍ୟାପାଣିରେ ଏମାନେ ଦହଗଞ୍ଜ ହେଉଥିବା ବେଳେ ଗ୍ରୀଷ୍ମ ଆରମ୍ଭରୁ ନଦୀର ଜଳଧାରା ଶୁଖିଲା ଯୋଗୁଁ କାଠ ଡଙ୍ଗାରେ ଆଉ ମାଛ ମାରିବା ବେଉସା ଉଜୁଡି ଗଲାଣି। ଯାହା ଫଳରେ ମତ୍ସ୍ୟଜୀବୀ ପରିବାର ନିଜର କୌଳିକ ବୃତ୍ତିରୁ ବଂଚିତ ହୋଇ ଏମାନେ ବର୍ତମାନ ଦୁଃଖ କଷ୍ଟରେ ଜୀବନ ନିର୍ବାହ କରୁଛନ୍ତି। ଏପରିକି ନଦୀରେ ପାଣିଭାବରୁ ଗାଁ ଲୋକେ ଗାଧୋଇବା ପାଇଁ ଦହଗଞ୍ଜ ହେଉଥିବା ଜଣାପଡିଛି। ନଦୀ ଶୁଖିଲା ଯୋଗୁଁ ନିଜର କୌଳିକ ବୃତ୍ତି  ହରାଇ କିଏ ଚୂଡା ତ କିଏ ମୁଢି ବ୍ୟବସାୟ କରି ଜୀବନ କାଟୁଛନ୍ତି।ଅନେକ ଯୁବକ ଶ୍ରେଣୀର ପିଲା ବାହାରକୁ କାମଧନ୍ଦା ଅନ୍ୱେଷଣରେ ଗାଁ ଛାଡୁଥିବା ଜଣାପଡିଛି। ତୁରନ୍ତ ଏମାନଙ୍କୁ ସରକାରଙ୍କ ପକ୍ଷରୁ କର୍ମ ସଂସ୍ଥାନ ଯୋଗାଇବା ପାଇଁ ଗ୍ରାମର ଶ୍ୱେତ ବେହେରା, ସନ୍ତୁ ବେହେରା, ବିଦେଶୀ ବେହେରା, ପରମା ବେହେରା, ଜୟନ୍ତ ବେହେରା ପ୍ରମୁଖ ଗ୍ରାମବାସୀ ଦାବୀ କରିଛନ୍ତି।

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories