www.samajalive.in
Saturday, December 6, 2025
23.1 C
Bhubaneswar

ବିବାହ ଓ ପାର୍ଟିରେ ସାମିଲ ହେବାକୁ ମୋଟା ଅଙ୍କର ପାଉଣା ନିଅନ୍ତି ପ୍ରଭାସ; ଫିସ୍ ଜାଣି ଚମକି ପଡ଼ିବେ

ମୁମ୍ବଇ: ବଲିଉଡର ଏମିତି ଅନେକ ତାରକା ଅଛନ୍ତି, ଯେଉଁମାନେ ବିବାହ, ପାର୍ଟି କିମ୍ବା କୌଣସି ବିଶେଷ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୋଟା ଅଙ୍କର ଫିସ୍ ନେଇଥାଆନ୍ତି। ଏଥିରେ ଅନେକ ବଡ ତାରକାଙ୍କ ନାଁ ସାମିଲ ଅଛି। ଅନେକ ପ୍ରଶଂସକ ଅଛନ୍ତି, ଯେଉଁମାନେ ସେମାନଙ୍କର ପ୍ରିୟ ତାରକାଙ୍କୁ ତାଙ୍କ ବିବାହ, ରିସେପ୍ସନ୍ କିମ୍ବା କୌଣସି କାର୍ଯ୍ୟକ୍ରମରେ ସାମିଲ କରିବାର ସ୍ୱପ୍ନ ଦେଖନ୍ତି। ଅନେକ ପ୍ରଶଂସକ ଏଥିପାଇଁ ବିପୁଳ ପରିମାଣର ଅର୍ଥ ମଧ୍ୟ ଖର୍ଚ୍ଚ କରନ୍ତି।

କୌଣସି ସମାରୋହରେ ସାମିଲ ହେବା ପାଇଁ ମୋଟା ଅଙ୍କର ଫିସ୍ ନେଉଥିବା କଳାକାରଙ୍କ ମଧ୍ୟରେ ଦକ୍ଷିଣ ଭାରତୀୟ ଅଭିନେତା ମଧ୍ୟ ସାମିଲ ଅଛନ୍ତି। ‘ବାହୁବଳୀ’ ଓ ‘ସାଲାର’ ଭଳି ଚଳଚ୍ଚିତ୍ର ଦ୍ଵାରା ସାରା ବିଶ୍ଵରେ ଚର୍ଚ୍ଚାରେ ରହିଥିବା ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ ମଧ୍ୟ ବିବାହ, ରିସେପ୍ସନ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୋଟା ଅଙ୍କର ପାଉଣା ଚାର୍ଜ କରିଥା’ନ୍ତି। ମିଡିଆ ରିପୋର୍ଟ ମୁତାବକ, ପ୍ରଭାସ ବିବାହ ଓ ରିସେପ୍ସନରେ ସାମିଲ ହେବା ପାଇଁ ୫ କୋଟିରୁ ଅଧିକ ଟଙ୍କା ଚାର୍ଜ କରନ୍ତି। ତେବେ ଅଭିନେତାଙ୍କ ପକ୍ଷରୁ ଏଭଳି କୌଣସି ସୂଚନା କେବେ ଶେୟାର କରାଯାଇ ନାହିଁ।

- Advertisement -

ପ୍ରଭାସ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ମହଙ୍ଗା କଳାକାରଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ, ସେ ଖୁବଶୀଘ୍ର ‘କଳ୍‌କି ୨୮୯୮ଏଡି’ରେ ନଜର ଆସିବେ। ଏହା ପ୍ରଭାସଙ୍କର ଏକ ବିଗ୍‌ ବଜେଟ୍‌ ଚଳଚ୍ଚିତ୍ର, ଯାହାର ପ୍ରଚାର ପ୍ରସାରରେ ନିର୍ମାତା ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରୁଛନ୍ତି। ନିକଟରେ ଆଇପିଏଲ ୨୦୨୪ ମ୍ୟାଚ୍‌ ସମୟରେ ‘କଳ୍‌କି ୨୮୯୮ଏଡି’ର ୧୨ ସେକେଣ୍ଡର ପ୍ରମୋସନ ହୋଇଥିଲା। ଏଥିପାଇଁ ନିର୍ମାତା ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଖବର ମୁତାବକ, ଫିଲ୍ମର ନିର୍ମାତା ‘କଳ୍‌କି ୨୮୯୮ଏଡି’ର ପ୍ରମୋସନ ପାଇଁ ୪୦ରୁ ୬୦ କୋଟି ଟଙ୍କାର ଅଲଗା ବଜେଟ୍ କରିଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories