www.samajalive.in
Friday, December 5, 2025
20.1 C
Bhubaneswar

ନାଁ ନ ନେଇ ପୂର୍ବତନ ସାଂସଦଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ; ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ କରୁଥିଲେ ଅପପ୍ରଚାର’

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଜଣେ ପୂର୍ବତନ ସାଂସଦ ଜିଲାବାସୀଙ୍କ ଭାବାବେଗ ସହ ଖେଳିଛନ୍ତି। ଜିଲାବାସୀଙ୍କ ସ୍ୱପ୍ନକୁ ଚୁରମାର କରିଦେଇଛନ୍ତି। ଏପରି କି ସ୍ୱାର୍ଥ ପୂରଣ ନ ହେବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରିବାକୁ ପଛାଇ ନାହାନ୍ତି। କେନ୍ଦ୍ରାପଡ଼ାରେ ସୋମବାର ଆୟୋଜିତ ବିଜେଡି ଜନସମାବେଶରେ ଏହି ପୂର୍ବତନ ସାଂସଦଙ୍କ ନାଁ ନ ନେଇ ତାଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ଭି.କେ. ପାଣ୍ଡିଆନ୍‌‌।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଅନୁରୂପ ଭାବେ ଉକ୍ତ ପୂର୍ବତନ ସାଂସଦଙ୍କ ନାଁ ନ ନେଇ ତାଙ୍କ ଉପରେ ବର୍ଷିଥିଲେ। ପାଣ୍ଡିଆନ କହିଥିଲେ, କେନ୍ଦ୍ରାପଡ଼ା ପ୍ରତି ମୁଖ୍ୟମନ୍ତ୍ରୀଙ୍କର ସମର୍ପଣ ଭାବ ରହିଛି। ଏହି ଅବସରରେ ସେ କେନ୍ଦ୍ରାପଡ଼ାରେ ବୃହତ ଶିଳ୍ପ ନିପନ ଷ୍ଟିଲ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଜନସାଧାରଣଙ୍କ ସମ୍ମୁଖରେ ବଖାଣି ଥିଲେ। ନବୀନ କେଉଁଭଳି ଅବସ୍ଥାରେ ବିମାନରେ ଦୁବାଇ ଯାଇଥିଲେ ତାହା କହିଥିଲେ। ଶିଳ୍ପ ପ୍ରତିଷ୍ଠା ପାଇଁ ୧ ଲକ୍ଷ କୋଟି ଟଙ୍କା ନିବେଶ ହେବ ବୋଲି ସେ କହିଥିଲେ।

- Advertisement -

ପାଣ୍ଡିଆନ ଆହୁରି କହିଥିଲେ, କେନ୍ଦ୍ରାପଡ଼ାର ଏହି ପୂର୍ବତନ ସାଂସଦ ସଂସଦୀୟ ଅର୍ଥ କମିଟିରେ ସଦସ୍ୟ ଥିବାବେଳେ ନିଜ କମ୍ପାନୀର କୋଟି କୋଟି ଟଙ୍କାର ଋଣ ଛାଡ଼ କରିଥିଲେ। ନିଜ ପାଇଁ ରେଲୱେ ସାଇଡିଂ ଆଣିଥିଲେ, କିନ୍ତୁ କେନ୍ଦ୍ରାପଡ଼ାକୁ ଭୁଲିଗଲେ। ସଂସଦୀୟ ଅର୍ଥ କମିଟି ସଭାପତି ଦାୟିତ୍ୱ ନ ମିଳିବା ପରେ ସେ ଆକ୍ରୋଶମୂଳକ ଭାବେ ନବୀନଙ୍କ ବିଷୟରେ ଗୁଜବ ସୃଷ୍ଟି କରିଥିଲେ। ନିଜ ଘରୋଇ ଟିଭି ଚ୍ୟାନେଲରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରିଥିଲେ। ୨୦୧୫ରୁ ନବୀନ ଅସୁସ୍ଥ ଥିବା ନେଇ ଦିଲ୍ଲୀରେ କେନ୍ଦ୍ରୀୟ ନେତାମାନଙ୍କୁ ବୁଲି ବୁଲି କହିଥିଲେ ବୋଲି ପାଣ୍ଡିଆନ ସଭାରେ ଜଣାଇଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories