www.samajalive.in
Saturday, December 6, 2025
15.1 C
Bhubaneswar

ବେକରେ ବିଦ୍ୟୁତ ତା’ର ଲଗାଇ ସ୍ୱାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା

ବାଲେଶ୍ୱର: ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତମପୁରରେ ଅଭାବନୀୟ ଘଟଣା। ବେକରେ ବିଦ୍ୟୁତ ତାର ଲଗାଇ ପାର୍ବତୀପୁର ଗାଁରେ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ମନୋଜ ମହାକୁଡ ଓ ତାଙ୍କ ପତ୍ନୀ ସସ୍ମିତା ମହାକୁଡ। ମନୋଜଙ୍କ ଘରର କବାଟ ଦୀର୍ଘ ସମୟ ଧରି ଖୋଲିନଥିବାରୁ ରବିବାର ଅପରାହ୍ନରେ କବାଟ ବଢେଇଥିଲେ ପରିବାର ଲୋକେ। କବାଟ ନଖୋଲିବାରୁ କବାଟ ତାଡି ଭିତରକୁ ପଶି ଉଭୟଙ୍କ ମୃତଦେହ ଦେଖିଥିଲେ। ଦୁହିଁଙ୍କ ବେକରେ ବିଦ୍ୟୁତ ତାର ଗୁଡେଇ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସାଙ୍ଗେ ସାଙ୍ଗେ ପରିବାର ସଦସ୍ୟ ପୁଲିସକୁ ଖବର ଦେବାରୁ ସିମୁଳିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories