www.samajalive.in
Saturday, December 6, 2025
15.1 C
Bhubaneswar

୧୦ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପିଇଓ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ବ୍ଲକ୍ କାଣିଗୁମା ପଂଚାୟତ ପିଇଓ ସନ୍ନ୍ୟାସୀ ନାଏକ । ସେହି ପଂଚାୟତ ର ଗାଁ ସାଥି ସୁରେନ୍ଦ୍ର ଗଉଡଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏକ ବିଲ କରିଦେବାକୁ ଆଜି ଭବାନିପାଟଣା ସହର ରାମସାଗର ପଡ଼ା ନିକଟରେ ଟଙ୍କା ନେଲାବେଳେ ଭିଜିଲାନ୍ସ ଧରିଥିଲା। ତଦନ୍ତ ବେଳେ ସମ୍ପୃକ୍ତ ପିଇଓଙ୍କର ସ୍ଥାନୀୟ ଜଳେଶ୍ଵର ମନ୍ଦିର ରାସ୍ତାରେ ଏବଂ ଲାଞ୍ଜିଗଡରେ ଘରଥିବା ଜଣାପଡିଛି। ଲାଞ୍ଚ ତଥା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରେ ତଦନ୍ତ କରୁଛି ଭିଜିଲାନ୍ସ। ଜୟପୁର ଭିଜିଲାନ୍ସ ଏସପି ପ୍ରଦୀପ କୁମାର ଦ୍ୱିବେଦୀ କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ ଆଇଣ୍ଡଙ୍କ ନେତୃତ୍ୱରେ ଦୁଇଟି ସ୍ଥାନରେ ଟିମ୍ ଚଢାଉ ଜାରି ରଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories