www.samajalive.in
Wednesday, December 10, 2025
23.1 C
Bhubaneswar

ମୁହଁରେ ଦେଖାଦେଉଥିବା ଏପରି ପରିବର୍ତ୍ତନ ହୋଇପାରେ ଏହିସବୁ ରୋଗର ଲକ୍ଷଣ

ବ୍ୟକ୍ତିର ମୁହଁ ତା’ର ବ୍ୟକ୍ତିତ୍ୱ ସହ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ସୂଚନା ଦେଇଥାଏ। ମୁହଁ ଦେଖି ଜାଣି ହୁଏ ଯେ ବ୍ୟକ୍ତି କେତେ ସୁସ୍ଥ ବା ଅସୁସ୍ଥ। ବ୍ୟକ୍ତିଙ୍କ ମୁହଁ ତାଙ୍କୁ ବହୁ ରୋଗ ବିଷୟରେ ସଙ୍କେତ ଦେଇଥାଏ। ହେଲେ କେହି ଏହାକୁ ଚିହ୍ନଟ କରିପାରନ୍ତି ତ ଆଉ କିଏ କରିପାରନ୍ତି ନାହିଁ। ଯଦ୍ୱାରା ରୋଗ ବଢିଯାଏ ଓ ଆରୋଗ୍ୟ ହେବା କଷ୍ଟକର ହୋଇପଡ଼େ। ତେବେ ଚାଲନ୍ତୁ ଜାଣିବା ଆମ ମୁହଁ ଆମ ରୋଗ ବିଷୟରେ କିପରି ସଙ୍କେତ ଦେଇଥାଏ –

ଶୁଷ୍କ ଓଠ – ଶୁଖିଲା ଓଠ ଏବଂ ଚର୍ମ ଶରୀରରେ ଜଳୀୟ ଅଂଶ କମିବାର ସଙ୍କେତ ଦେଇଥାଏ। ଯଦି ଆପଣଙ୍କ ଓଠ ଓ ଶରୀରରେ ଶୁଷ୍କତା ଦେଖା ଦେଉଛି ତେବେ ମଧୁମେହ ଓ ହାଇପୋଥାଏରଡ଼ିଜିମ୍‍ ର ପରୀକ୍ଷଣ କରନ୍ତୁ।

- Advertisement -

ମୁହଁରେ କେଶ – କିଛି ମହିଳାଙ୍କ ଗାଲ ପାଖରେ ଏବଂ ଓଠ ଉପରେ ଅତ୍ୟଧିକ କେଶ ଦେଖା ଦେଇଥାଏ। ଶରୀରରେ ହର୍ମୋନର ସନ୍ତୁଳିତ ନରିହବା ଯୋଗୁଁ ଏପରି ହୋଇଥାଏ।

ମୁହଁ ହଳଦିଆ ପଡ଼ିବା – ଯଦି ଆପଣଙ୍କ ମୁହଁର ରଙ୍ଗରେ ପରିବର୍ତ୍ତନ ଦେଖା ଦେଉଛି ଓ ମୁହଁ ହଳଦିଆ ପଡ଼ୁଛି, ତେବେ ଏହା ଶରୀରରେ ରକ୍ତର ଅଭାବର ସଙ୍କେତ ଦେଇଥାଏ।

ଶରୀର ବା ମୁହଁର କିଛି ସ୍ଥାନ ଲାଲ୍‍ ପଡ଼ି ଫଳିଯିବା – ଶରୀରର ବା ମୁହଁର କିଛି ସ୍ଥାନରେ ଚକଡ଼ା ଚକଡ଼ା ହୋଇ ଲାଲ୍‍ ପଡ଼ିଯିବା ବା ଫଳିଯିବା ଅର୍ଥ ଆପଣଙ୍କର ପେଟ ସମ୍ବନ୍ଧୀୟ କିଛି ସମସ୍ୟା ରହିଛି।

ଅଧିକ ପରିମାଣରେ କେଶ ଝଡ଼ିବା – ଯଦି ଆପଣଙ୍କ ମୁଣ୍ଡର କେଶ ସହ ଭ୍ରୁଲତା ଓ ଆଖିପତାର କେଶ ମଧ୍ୟ ଅଧିକ ପରିମାଣରେ ଝଡ଼ୁଛି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅତ୍ୟଧିକ ଚିନ୍ତାଗ୍ରସ୍ତ କିମ୍ବା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଯୋଗୁଁ ଏପରି ହୋଇଥାଏ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories