www.samajalive.in
Friday, December 5, 2025
17.1 C
Bhubaneswar

୬ଷ୍ଠ ପର୍ଯ୍ୟାୟ ନିର୍ବାଚନ: ୫୮ ଲୋକସଭା ଆସନରେ ଚାଲିଛି ମତଦାନ, ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୧.୧୩ କୋଟି ମତଦାତା

ନୂଆଦିଲ୍ଲୀ: ଦେଶରେ ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଶନିବାର ଭୋଟଗ୍ରହଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶା ସମେତ ୮ ରାଜ୍ୟ ଓ କେନ୍ଦ୍ରଶାସି ଅଞ୍ଚଳର ମୋଟ ୫୮ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରେ ମତଦାନ ଚାଲିଛି।
ସୂଚନା ଅନୁସାରେ, ଏହି ପର୍ଯ୍ୟାୟରେ ଜାମ୍ମୁ-କାଶ୍ମୀରର ୧ଟି, ହରିୟାଣାର ୧୦ଟି, ଦିଲ୍ଲୀର ୭, ଉତ୍ତରପ୍ରଦେଶର ୧୪, ପଶ୍ଚିମବଙ୍ଗର ୮, ବିହାର ୮, ଝାଡ଼ଖଣ୍ଡ ୪ ଏବଂ ଓଡ଼ିଶାର ୬ଟି ଲୋକସଭା ଆସନରେ ଭୋଟଦାନ କରାଯାଉଛି। ୧୧ କୋଟି ୧୩ ଲକ୍ଷ ଭୋଟର ୮୮୯ ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟରଙ୍କ ମଧ୍ୟରେ ୫ କୋଟି ୮୪ ଲକ୍ଷ ପୁରୁଷ ଏବଂ ୫ କୋଟି ୨୯ ଲକ୍ଷ ମହିଳା ରହିଛନ୍ତି। ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୫୧୨୦। ଭୋଟଦାନ ପାଇଁ ସାରା ଦେଶରେ ୧ ଲକ୍ଷ ୧୪ ହଜାର ମତଦାନ କେନ୍ଦ୍ର କରାଯାଇଛି। ମୋଟ ୧୧ ଲକ୍ଷ ୪ ହଜାର ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି।
ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୁଥଗୁଡ଼ିକରେ ମତଦାନ ଚାଲିବ। ହିଂସା ଏବଂ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସମସ୍ତ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories