www.samajalive.in
Saturday, December 6, 2025
17.1 C
Bhubaneswar

ଭୋଟ ଦେଲେ ଅନନ୍ତ ନାୟକ ଓ ବିନୋଦ ବିହାରୀ ନାଏକ

ପାଟଣା : କେନ୍ଦୁଝର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ସକାଳ ୭ଟା ୧୫ରେ ନିଜ ଗ୍ରାମ ଘସିପୁରା ନିର୍ବାଚନ ମଣ୍ଡଳୀ ର ୬୨ନଂ ବୁଥ ଲଙ୍ଗଳକଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୋଟ ଦେଇଛନ୍ତି। ସେ ପତ୍ନି ଲବଙ୍ଗଲତା ନାୟକଙ୍କ ସହ ଲଙ୍ଗଳକଣ୍ଟି ମତଦାନ କେନ୍ଦ୍ରରେ ୭ଟା ପୂର୍ବରୁ ପହଞ୍ଚିଥିଲେ। ହେଲେ ୧୫ ମିନିଟ ପରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଭୋଟ ଦେବାପରେ ସେ ପ୍ରଧାନମନ୍ତ୍ରୀଙ୍କ ୪ ଶହ ପାର ଲକ୍ଷ୍ୟ ନିଶ୍ଚିତ ପୁରଣ ହେବ ଓ ବିଜେପି କେନ୍ଦୁଝର ଆସନ ଜିତିବା ସହ ଓଡ଼ିଶାରେ ମଧ୍ୟ ସରକାର ଗଢ଼ିବ ବୋଲି କହିଛନ୍ତି। ସେପଟେ କେନ୍ଦୁଝରର କଂଗ୍ରେସ ଲୋକସଭା ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ ପାଟଣା ନିର୍ବାଚନ ମଣ୍ଡଳୀର ୬୦ ନମ୍ବର ବୁଥ ରେ ପୂର୍ବାହ୍ନ ୭ଟା ୫ରେ ଭୋଟ ଦେଇଛନ୍ତି। ନିଜ ଗ୍ରାମ ଝୁମ୍ପୁରା ବ୍ଲକର ରସବନ୍ତଳା ବୁଥରେ ସେ ଭୋଟ ଦେଇଥିଲେ। କଂଗ୍ରେସ ନୀତି ଓ ଆଦର୍ଶରେ ବିଶ୍ୱାସ କରି ଆସେ। ଆମେ ଏହାକୁ ପାଥେୟ କରି ନିର୍ବାଚନ ଲଢୁଛୁ। ଭଲ ଫଳାଫଳ ଆଶା ରଖିଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories