www.samajalive.in
Friday, December 12, 2025
15.1 C
Bhubaneswar

ବଣୁଆ ହାତୀର ଦୌରାତ୍ମ୍ୟ, ମାଡି ମକଚି ନଷ୍ଟ କଲା ଧାନ ଓ ପନିପରିବା ଚାଷ

କଲମପୁର: ରାତି ସାରା ଏକ ଗୋଠ ଛଡା ବଣୁଆ ହାତୀ ଘର୍ଲା ଏବଂ ଘୋଡାବନ୍ଧା ଅଂଚଳରେ ତାର ଦୌରାତ୍ମ୍ୟ ଜାରି ରଖିଥିଲା। ବନ ବିଭାଗ ପକ୍ଷରୁ ଥୁଆମୁଳ ରାମପୁର ସହକାରୀ ବନାଂଚଳ ଅଧିକାରୀ ଜୟଦେବ ମାଝୀ, କଲମପୁର ବନ ପାଳ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ସମେତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ହାତୀର ଗତିବିଧି ଉପରେ ନଜର ରଖିଥିଲେ। ହାତୀ ପ୍ରଥମେ ଘର୍ଲା ଗ୍ରାମର ଭୀଷ୍ମ ମାଝୀଙ୍କ ଧାନ ଚାଷ ଖାଇବା ସହ ମାଡି ମକଚି ନଷ୍ଟ କରିଥିଲା। ପରବର୍ତ୍ତୀ ସମୟରେ ସନ୍ତୋଷ ବାଗଙ୍କ ଘର ବାରିରେ ଥିବା ଏକ ଆମ୍ବଗଛର ଡାଳ ଭାଙ୍ଗି ଦେଇ ଘୋଡାବନ୍ଧା ପଟକୁ ଚାଲିଯାଇ ଗୌରାଙ୍ଗ ପଟେଲଙ୍କ ନଡିଆ ଗଛ ସମେତ ଶୁରେଶ ପଟେଲ, ସତ୍ୟ ପଟେଲ ପ୍ରମୁଖଙ୍କ ପନିପରିବା ଚାଷ ନଷ୍ଟ କରିଥିଲା। ଏହାପରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲକୁ ଲାଗି ରହିଥିବା ଶାଗବାରୀ ଗ୍ରାମର ଚାଷୀ ନାରାୟଣ ସାହୁଙ୍କ କଦଳି ବଗିଚାରେ ହାତୀ ପଶିଯାଇ ବ୍ୟାପକ ଭଙ୍ଗା ରୁଜା କରିଥିଲା। ଏହାପରେ ଶୁକ୍ରବାର ଭୋର ୪ଟା ବେଳେ ହାତୀ ପୁଣି ନିକଟସ୍ତ ଜଙ୍ଗଲ ଆଡକୁ ଚାଲିଯାଇଛି। ଏହି ବଣୁଆ ହାତୀ ଭୟରେ ଘର୍ଲା କେନାଲପଡ଼ାରେ ଥିବା ୮ ଗୋଟି ପରିବାରର ସଦସ୍ୟ ସଂଧ୍ୟାରେ ଘର ଛାଡି ଦକ୍ଷିଣ ମୁଖ୍ୟ କେନାଲ ରାସ୍ତାରେ ରାତି ସାରା ଅସହାୟ ଅବସ୍ଥାରେ ଆଶ୍ରୟ ନେଉଛନ୍ତି। ଅନ୍ୟପଟେ ଘୋଡାବନ୍ଧା ଗ୍ରାମର ଅନନ୍ତ ଜାଲଙ୍କ ସମେତ ଅନ୍ୟ କିଛି ପରିବାର ମଧ୍ୟ ନିଜ ନିଜ ଘର ଛାଡି ଅନ୍ୟ ସମ୍ପର୍କୀୟଙ୍କ ଘରେ ସାରା ରାତି ଆଶ୍ରୟ ନେଉଛନ୍ତି। ୧୫ ଦିନରୁ ଅଧିକ ଦିନ ଧରି ହାତୀ ରହିଥିଲେ ମଧ୍ୟ ବନ ବିଭାଗ ହାତୀକୁ ଘଉଡାଇବା ପାଇଁ କୌଣସି ପଦକ୍ଷେପ ନେଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ବିଶେଷ କରି ଘର୍ଲା କେନାଲପଡ଼ାର ଲୋକେ ନାହିଁନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବଣୁଆ ହାତୀ ଭୟରେ ସେମାନଙ୍କ ଛୋଟ ଛୁଆ ମାନଙ୍କୁ ନେଇ ରାତି ସାରା ରାସ୍ତା ଉପରେ ଭୋକ ଉପାସରେ ପଡ଼ି ରହୁଛନ୍ତି। ତୁରନ୍ତ ବନ ବିଭାଗ ହତୀକୁ ଘଉଡାଇବାର ବ୍ୟବସ୍ତା ନକଲେ ଆଗାମୀ ଦିନରେ ଜନ ଜୀବନ ପ୍ରତି ବିପଦ ହେବା ଘଟଣାକୁ ଡୋଇ ଦିଆଯାଇନପାରେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories