ଲଖନଉ : ଲକ୍ଷ ଲକ୍ଷ ଟଙ୍କାର ଚିନି ନଷ୍ଟ କରି ଦେଲେ ମାଙ୍କଡ। ଏଭଳି ଘଟଣା ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଥିବା ବେଳେ ଘଟଣାର ସତ୍ୟାସତ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ। ଉତ୍ତରପ୍ରଦେଶର ଅଲୀଗଡରେ ମାଙ୍କଡ ମାନଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। କୁହାଯାଇଛି ପାତି ମାଙ୍କଡ ମାନେ ଯୋଗୀ ସରକାରଙ୍କର ଲକ୍ଷାଧିକ ଟଙ୍କା ନଷ୍ଟ କରିଛନ୍ତି। ଅଲୀଗଡର କୃଷକ ସହକାରୀ ଚିନି ମିଲ୍ସ ଲିମିଟେଡର ଅଡିଟ୍ ରିପୋର୍ଟ ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଲା।
ଅଡିଟ୍ ରିପୋର୍ଟ ଅନୁଯାୟୀ, ମାଙ୍କଡ ଓ ବର୍ଷା କାରଣରୁ ଚିନି ମିଲ୍ସରେ ୩୫ ଲକ୍ଷ ମୂଲ୍ୟର ପ୍ରାୟ ୧,୧୦୦ କୁଇଣ୍ଟାଲରୁ ଅଧିକ ଚିନି ନଷ୍ଟ ହୋଇ ଯାଇଛି। ଏହି ଘଟଣାରେ ଜିଲା ଅଧିକାରୀ, ରିପୋର୍ଟରେ କିଛି ର୍ଦୁନୀତି ହୋଇଥିବା ସନ୍ଦେହ କରି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।
ଜୁନ୍ ୧ରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିମାନଙ୍କୁ ହଠାତ୍ ମିଳିବ ଧନ, ଚାକିରି..ଚମକିବ ଭାଗ୍ୟ..
ଅଡିଟ୍ ରିପୋର୍ଟ ଅନୁସାରେ ମିଲ୍ସର କାଗଜପତ୍ରରେ ୧,୧୩୭ କୁଇଣ୍ଟାଲ ଚିନି ମାଙ୍କଡ ଓ ବର୍ଷା କାରଣରୁ ନଷ୍ଟ ହୋଇ ଯାଇଥିବା କୁହାଯାଇଛି। ନଷ୍ଟ ହୋଇଥିବା ଚିନିର ମୂଲ୍ୟ ପ୍ରାୟ ୩୫.୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଅଡିଟ୍ ରିପୋର୍ଟରେ ଚିନି ମିଲ୍ସର ଅନେକ ଅଧିକାରୀଙ୍କୁ ଦୋଷୀ ବୋଲି କୁହାଯାଉଛି। ରିପୋର୍ଟକୁ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର ପ୍ରଶାସନ ଏହି ମାମଲାରେ ଜଡିତ ଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି।
ଜାଣନ୍ତୁ ; କୁକୁରକୁ କାହିଁକି ଚାକିରି ଦେଲା କମ୍ପାନୀ, ଆଶ୍ଚର୍ଯ୍ୟ କରିବ କାରଣ..



