www.samajalive.in
Sunday, December 7, 2025
23.1 C
Bhubaneswar

ବାଲିଆପାଳରେ ବିଜେପିର ନିର୍ବାଚନୀ ସଭା

ବାଲିଆପାଳ- ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ବ୍ଲକ ବାଲିଆପାଳ ପଂଚାୟତ ସମ୍ମୁଖରେ ଥିବା ସରକାରୀ ବସଷ୍ଟାଣ୍ଡ ନିକଟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡିଆ ଚଳଚିତ୍ର ସୁପରଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଯୋଗ ଦେବାର କାର୍ୟ୍ୟକ୍ରମ ସ୍ଥିର ହୋଇଥିଲା । ଅନୁଭବ ଭୋଗରାଇରୁ ନିର୍ବାଚନୀ ସଭା ସାରି ବାଲିଆପାଳ ବ୍ଲକ ଶାରୀରିକ କ୍ରୀଡା ମହାବିଦ୍ୟାଳୟ ପରିସରରେ ଥିବା ହେଲିପେଡରେ ଓହ୍ଲାଇଥିଲେ । ମାତ୍ର ସଭା ମଂଚକୁ ନ ଯାଇ ତତକ୍ଷଣାତ୍ ସେହିଠାରୁ ଫେରିଯାଇଥିଲେ । ପ୍ରଶାସନିକ ସ୍ତରରେ କୌଣସି ସୁରକ୍ଷା ମଧ୍ୟ ନ ଥିଲା । ସାଂସଦ ଶ୍ରୀ ମହାନ୍ତିଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକ ଏଖାଠି ହୋଇଥିଲେ । ତେବେ ସାଂସଦ ଶ୍ରୀ ମହାନ୍ତି ଫେରିଯିବାରୁ ଉପସ୍ଥିତ ଲୋକ ନିରାଶ ହୋଇଥିଲେ ।
ଏହାପରେ ସଭା କାର୍ୟ୍ୟ ଆରମ୍ଭ ହେବାରୁ ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର ଅଣ୍ଡିଆ ,ବସ୍ତା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ୟାମପ୍ରସାଦ ବେହେରା,ପୂର୍ବତନ ଜିଲାପରିଷଦ ଅଜୟ କୁମାର ସାହୁ, ଶିବଶଙ୍କର ପ୍ରଧାନ,ପୂର୍ବତନ ଜିଲାପରିଷଦ ସଦସ୍ୟା ଜୟଲକ୍ଷ୍ମୀ ଅଣ୍ଡିଆ, ସଞ୍ଜୀବ ପାଢୀ, ଟିଭି ଧାରବାହିକା ନାୟିକା ଛନ୍ଦିତା ମହାପାତ୍ର, ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ କାର୍ୟ୍ୟକୁ ପ୍ରଶାଂସା କରିବା ସହିତ ଭୋଟ ଭିକ୍ଷା କରିଥିଲେ । ପ୍ରଶାସନ ପକ୍ଷରୁ ସହଯୋଗ କରାନଯିବାରୁ ସାଂସଦ ଶ୍ରୀ ମହାନ୍ତି ଫେରିଯିବା କଥା ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ବାଲିଆପାଳ ଥାନାଅଧିକାରୀ ସହଦେବ ନାୟକଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ ବିଜେପି ପକ୍ଷରୁ ୪ରୁ ୫ ହଜାର ଲୋକ ସମାଗମ ହେବାର ସୂଚନା ଦିଆଯାଇଥିବା ବେଳେ ୨୫ ହଜାରରୁ ଅଧିକ ଲୋକ ସମାଗମ ହେବା ଏବଂ ଏତେ ସଂଖ୍ୟାକ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପୋଲିସ ଫୋର୍ସ ନଥିବା ଯୋଗୁଁ ଏଭଳି ଅବ୍ୟବସ୍ଥା ହୋଇଥିବା କଥା କହିଛନ୍ତି ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories