www.samajalive.in
Saturday, December 6, 2025
15.1 C
Bhubaneswar

ପୁରୀ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ ହେବ- ପାଣ୍ଡିଆନ୍‌‌

ପୁରୀ: ଆସନ୍ତ ୨୮ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋରଦାର ହେଉଛି ପ୍ରଚାର। ଆଜି ପୁରୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌। ପ୍ରଚାର ବେଳେ ପୁରୀକୁ ଐତିହାସିକ ନଗର କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ବୋଲି ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ୍‌‌ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ସାମିଲ ହୁଅନ୍ତୁ। ଏଠାରେ ଅନ୍ତର୍ଜାତୀୟ ବିମାନବନ୍ଦର କରାଯିବ। ପୁରୀକୁ ନିବେଶର ସୁଅ ଛୁଟିବ। ଆଗାମୀ ଦିନରେ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ ପୁରୀ ହେବ। ଏହାକୁ ସାକାର କରିବା ପାଇଁ ବିଜେଡିକୁ ଆଶୀର୍ବାଦ କରନ୍ତୁ। ଉଭୟ ବିଧାୟକ ଓ ଲୋକସଭା ପ୍ରାର୍ଥୀଙ୍କୁ ବିଜୟ କରିବାକୁ ଆହ୍ୱାନ ଦେଇଛନ୍ତି ପାଣ୍ଡିଆନ୍‌‌।
ଏଠାରେ ଅନେକ ଲୋକ ଫଣି ବାତ୍ୟା ପରେ ଘର ପାଇନାହାଁନ୍ତି। ସେମାନଙ୍କ ସୁବିଧା ପାଇଁ ୧୦ଲକ୍ଷ ଘର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାସନ କାର୍ଡ ଯେଉଁମାନେ ପାଇନାହାଁନ୍ତି ସେମାନଙ୍କୁ ମିଳିବ। ପରିକ୍ରମା ପ୍ରକଳ୍ପ ପାଇଁ ଉଠାଦୋକାନୀଙ୍କ ସହଯୋଗକୁ ପ୍ରଶଂସା କରିବା ସହ ସେମାନଙ୍କ ଲାଗି ସୁବିଧା କରାଯିବ ବୋଲି ପାଣ୍ଡିଆନ କହିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍‌‌ ଛାଡ କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories