www.samajalive.in
Wednesday, December 10, 2025
15.1 C
Bhubaneswar

ହ୍ୱାଟ୍ସଆପ୍‌‌ରେ ଶୋ କରୁନି କି ଡିପି; ନମ୍ବର ବ୍ଲକ୍‌‌ ହୋଇଛି କି ନାହିଁ କେମିତି ଜାଣିବେ

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ହ୍ୱାଟ୍ସଆପ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଅଧିକ। ଆପଣ ଜଣେ ବନ୍ଧୁଙ୍କ ସହ କଥାବାର୍ତ୍ତା କରିବାକୁ କିମ୍ବା ଅଫିସ୍‌‌ କାର୍ଯ୍ୟ କରିବାକୁ ଚାହୁଁଥିଲେ ହ୍ୱାଟ୍ସଆପ୍‌‌ ଆଜିର ସମୟରେ ଏକ ମୁଖ୍ୟ ମାଧ୍ୟମ ପାଲଟିଛି। ସେହିଭଳି ହ୍ୱାଟ୍ସଆପ୍‌‌ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବେଳେବେଳେ ହ୍ୱାଟ୍ସଆପ୍‌‌ରେ ଆପଣଙ୍କ ନିଜ ବନ୍ଧୁ ପରିଜନଙ୍କ ପ୍ରଫୋଇଲ୍‌‌ ଫଟୋ (ଡିପି) ଦେଖାଯାଇନଥାଏ। ଏଭଳି ସ୍ଥିତିରେ କେହି ଆପଣଙ୍କୁ ବ୍ଲକ କରିଥିବା ପ୍ରଶ୍ନ ମନକୁ ଆସିଥାଏ। ହେଲେ ଆପଣଙ୍କୁ ବ୍ଲକ କରିଛିି କି ନାହିଁ ଜାଣିବା ପାଇଁ ଏକ ବିଶେଷ କୌଶଳ ରହିଛି। ଚାଲନ୍ତୁ ଜାଣିବା…
ଆପଣଙ୍କ ନମ୍ବରକୁ କେହି ବ୍ଲକ କରିଛନ୍ତି କି ନାହିଁ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣ ତାଙ୍କ ସହ କରିଥିବା ହ୍ୱାଟ୍ସଆପର ଚାଟ୍‌‌ କୁ ଯିବାକୁ ପଡିବ। ଏବେ ଲାଷ୍ଟ ସିନ୍‌‌, ଷ୍ଟାଟସ୍‌‌ ଏବଂ ଫଟୋ (ଡିପି) ଶୋ କରୁଛି କି ନାହିଁ ଦେଖନ୍ତୁ। ଯଦି ଏସବୁ ସୋ କରୁଛି ତେବେ କେହି ଆପଣଙ୍କୁ ବ୍ଲକ କରିନାହାଁନ୍ତି। ଯଦି ଏହି ତିନୋଟି ଜିନିଷ ସୋ କରୁନି ତେବେ ଆପଣଙ୍କୁ ବ୍ଲକ କରାଯାଇଛି ବୋଲି ଜାଣନ୍ତୁ। ତଥାପି ସାମ୍ନା ବ୍ୟକ୍ତି ଜଣଙ୍କ ଆପଣଙ୍କୁ ହାଇଡ୍‌‌ କରିବା ଭଳି ଅଫସନ୍‌‌ ମଧ୍ୟ ରହିଛି।
ଆଉ ଏକ ଉପାୟ ହେଉଛି ଯଦି ଆପଣ କାହାକୁ ମେସେଜ୍‌‌ ଦେଉଛନ୍ତି ତେବେ ହ୍ୱାଟ୍ସଆପରେ ନୀଳ ରଙ୍ଗର ଟିକ୍‌‌ ଦେଖାଯାଏ। ଏହାର ଅର୍ଥ ମେସେଜ୍‌‌ ପଢାଯାଇଛି। ଯଦି ଖାଲି ଡବଲ ଟିକ୍‌‌ ଆସେ ତେବେ ଆପଣଙ୍କ ବାର୍ତ୍ତା ପହଂଚିଛି ହେଲେ ବ୍ୟକ୍ତି ଜଣଙ୍କ ପଢିନାହାଁନ୍ତି। କିନ୍ତୁ ଯଦି ଗୋଟିଏ ଟିକ୍‌‌ ଆସେ ତେବେ ଇଣ୍ଟରନେଟ ବନ୍ଦ ଅଛି କିମ୍ବା ଆପଣଙ୍କୁ କେହି ବ୍ଲକ କରିଥାଇପାରେ। ଏହା ବ୍ୟତୀତ ଆପଣ ହ୍ୱାଟ୍ସଆପରେ କଲ କରି ଜାଣିପାରିବେ। କଲ ନଲାଗିଲେ କିମ୍ବା କଟିଗଲେ କେହି ଆପଣଙ୍କୁ ବ୍ଲକ କରିଥିବା ଜଣାପଡିଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories