www.samajalive.in
Saturday, December 6, 2025
15.1 C
Bhubaneswar

କାହିଁକି ରାଗିଲେ ଅଧିନାୟକ ରୋହିତ ଶର୍ମା; ଜାଣନ୍ତୁ ପ୍ରକୃତ କାରଣ

ନୂଆଦିଲ୍ଲୀ: ରାଗିଗଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା । ଆଇପିଏଲର ଅଫିସିଆଲ ବ୍ରଡକାଷ୍ଟର ‘ଷ୍ଟାର ସ୍ପୋର୍ଟସ୍‌‌’ ଗୋପନୀୟତା ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ସୋସିଆଲ ମିଡ଼ିଆ ଏକ୍ସ ମାଧ୍ୟମରେ ବିରକ୍ତି ପ୍ରକାଶ କରିଛନ୍ତି ରୋହିତ। ରୋହିତ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ମେ ୧୭ରେ ଲକ୍ଷେ୍ନø ସହିତ ମୁମ୍ବଇର ଶେଷ ଲିଗ୍‌‌ ମ୍ୟାଚ ପୂର୍ବରୁ ସେ ଷ୍ଟାର ସ୍ପୋର୍ଟସ୍‌‌ କ୍ୟାମେରାମ୍ୟାନଙ୍କୁ କ୍ୟାମେରା ଅଡ଼ିଓ ବନ୍ଦ କରିବାକୁ ଅନୁରୋଧ କରିଥିଲେ। କ୍ୟାମେରାମ୍ୟାନ ଜଣଙ୍କ ଅନ୍ୟ ଖେଳାଳୀଙ୍କ ସହ ତାଙ୍କ ବାର୍ତ୍ତାଳାପକୁ ରେକର୍ଡ କରୁଥିବା ବେଳେ ରୋହିତ ଏହି ଅନୁରୋଧ କରିଥିଲେ। କିନ୍ତୁ ଏପରି ହୋଇନଥିଲା। ସେହି ବାର୍ତ୍ତାଳାପର କିଛି ଅଂଶ ଏଡିଟ୍‌‌ କରାଯାଇ ବାକି ବାର୍ତ୍ତାଳାପ ସୋସିଆଲ ମିଡ଼ିଆରେ ସେୟାର କରାଯାଇଥିଲା।
ରୋହିତ ଏହାକୁ ଗୋପନୀୟତାର ଉଲ୍ଲଂଘନ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକ୍ସଲୁସିଭ୍‌‌ କଣ୍ଟେଣ୍ଟ ଏବଂ ଅଧିକରୁ ଅଧିକ ଦର୍ଶକଙ୍କୁ ନିଜ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏଭଳି କାମ କରିବା ଦ୍ୱାରା ଖୁବଶୀଘ୍ର ଫ୍ୟାନ୍ସ, କ୍ରିକେଟ ଏବଂ ଖେଳାଳୀଙ୍କ ମଧ୍ୟରେ ସୁସମ୍ପର୍କ ନଷ୍ଟ ହୋଇଯିବ।

https://x.com/ImRo45/status/1792136215015424426

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories