www.samajalive.in
Monday, December 15, 2025
27.1 C
Bhubaneswar

ବଞ୍ଚି ଥାଉଥାଉ ଭୋଟର ତାଲିକାରେ ଦର୍ଶାଗଲା ମୃତ

ଫୁଲବାଣୀ: ଚଳିତ ସାଧାରଣ ନିର୍ବାଚନ ପାଇଁ ସରିଛି ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଦ୍ୱିତୀୟ ପର୍ଯ୍ୟୟରେ ରାଜ୍ୟର ବିଭିନ୍ନ ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ସାରିଥିବା ବେଳେ ଅନୁରୂପ ଭାବରେ ଆଦିବାସୀ ଅଧିସୁତ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମଧ୍ୟ୍ୟ ଶାନ୍ତି ଶୃଙ୍ଖଳା ର ସହ ସରିଛି ଭୋଟ ଗ୍ରହଣ।  ବିଗତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନ ରେ ଭୋଟ ହାର କମିଥିବା ଜଣାପଡିଛି । ତେବେ ଫିରିଙ୍ଗିଆ ବ୍ଲକର ଡିଣ୍ଡିରା ଗାଁରେ ଥିବା ୭୪ ନମ୍ବର ବୁଥ  ବା ସଖି ବୁଥ ଭାବରେ ଚିହ୍ନଟ କରାଯାଇଥିବା ବୁଥରେ ବହୁ ତ୍ରୁଟି ଦେଖିବାକୁ ମିଳିଥିବା ବେଳେ ଏଠିକାର ଭୋଟର ମାନେ ଭୋଟ ଦେବାରୁ ବଞ୍ଚିତ ହୋଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।  ଏହି ବୁଥ ରେ ଥିବା ପିବ କହଁର ନାମକ ଜଣେ ୮୫ ବର୍ଷୀୟା ବୃଦ୍ଧା ଭୋଟର କାର୍ଡ ଓ ଆଧାର କାର୍ଡ ଧରି ସକାଳ ୭ଟାରୁ ଭୋଟ ଦେବା ପାଇଁ ଆସି ଅପରାହ୍ନ ୩ଟା ଯାଏ ଜଗି ରହିଥିବା ବେଳେ ସେ ବଞ୍ଚି ଥାଉ ଥାଉ ଭୋଟର ତାଲିକାରେ ମୃତ ବୋଲି ଦର୍ଶାଇ ତାଙ୍କ ନା ତାଲିକାରୁ ବାଦ ଦିଆଯାଇଥିବାରୁ ସେ ଭୋଟ ଦେବାରୁ ବଞ୍ଚିତ ହୋଇଥିଲେ। ସେପଟେ ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବରେ ଏହି ଡିଣ୍ଡିରାଗାଁ ପଞ୍ଚାୟତରୁ ନିର୍ବାଚନ ଲଢ଼ିଥିବା ଜୟନ୍ତୀ କହଁର ନାମକ ଜଣେ ମହିଳାଙ୍କ ଭୋଟର ତାଲିକାରେ ନା ନଥିବାରୁ ସେ ମଧ୍ୟ୍ୟ ନିଜର ମତ ସାବ୍ୟସ୍ତ କରିବାରୁ ବଞ୍ଚିତ ହୋଇଥିଲେ । ଅନ୍ୟପଟେ ଏହି ଡିଣ୍ଡିରାଗାଁ ପଞ୍ଚାୟତର ଜିତେନ୍ଦ୍ର ବିଶୋଇ ନାମକ ଜଣେ ଯୁବ ଭୋଟରଙ୍କ ପାଖରେ ଭୋଟର ପରିଚୟ ପତ୍ର ଥିଲେ ମଧ୍ୟ୍ୟ ତାଙ୍କ ନା ଭୋଟର ତାଲିକାରେ ନଥିବାରୁ ଭୋଟ ଦେବାରୁ ବଞ୍ଚିତ ହୋଇଥିଲେ । ଏମିତି ଘଟଣା ଫିରିଙ୍ଗିଆ ବ୍ଲକରେ ଆହୁରି ଅନେକ ରହିଥିବା ବେଳେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories