www.samajalive.in
Sunday, December 14, 2025
19.1 C
Bhubaneswar

ମହିଳାଙ୍କ ଭିନ୍ନ ଉପାୟ, କୋଳିରୁ ଜୁସ୍ ପ୍ରସ୍ତୁତ କରି କରୁଛନ୍ତି ଭଲ ଆୟ

ନୂଆଦିଲ୍ଲୀ : ଖରାଦିନେ ବୁନ୍ଦେଲଖଣ୍ଡରେ ସମସ୍ତେ ବରକୋଳି ଖାଇବାକୁ ପସନ୍ଦ କରନ୍ତି । ଏଠାରେ ଲୋକମାନେ ଏହାକୁ ଶୁଖାଇ ଶୀତ ଦିନ ପାଇଁ ମଧ୍ୟ ରଖନ୍ତି । କିନ୍ତୁ ଏକ ଛୋଟ ଗାଁର ଜଣେ ମହିଳା ରାଣୀ ରାଣା ବରକୋଳିରେ ଏକ ଭିନ୍ନ ଜୁସ୍ ପ୍ରସ୍ତୁତ କରିଛନ୍ତି । ଏହାକୁ ଭୋପାଳରୁ ଝାନସୀ ପର୍ଯ୍ୟନ୍ତ ବିକ୍ରି ମଧ୍ୟ କରାଯାଉଛି । ରାଣୀ ରାଣା ବୁନ୍ଦେଲଖଣ୍ଡର ଟିକମଗଡର ମାଡୁମର ଗାଁରେ ରୁହନ୍ତି । ସେ ବରକୋଳିର ଜୁସ୍ ପ୍ରସ୍ତୁତ କରନ୍ତି । ଡାକ୍ତରଙ୍କ ଅନୁସାରେ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ।

ପ୍ରତି ଲିଟର ୬୦ ଟଙ୍କା

- Advertisement -

ଶୁଖିଲା ବରକୋଳି ୨୦-୩୦ ଟଙ୍କା ପ୍ରତି କିଲୋ ବିକ୍ରି ହେଉଥିବା ସମୟରେ ଏହି ଜୁସ୍ ୬୦ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । ୨ କିଲୋ ଶୁଖିଲା ବରକୋଳିରୁ ୨୦ ଲିଟର ଜୁସ୍ ପ୍ରସ୍ତୁତ ହୋଇଯାଏ । ଏହିଭଳି ୨ କିଲୋ କୋଳି ଜୁସରୁ ୧୨୦୦ ଟଙ୍କା ଆୟ ହୋଇଥାଏ । ଏହି କାମ କରିବା ପାଇଁ ରାଣୀ ମହିଳାମାନଙ୍କୁ ନେଇ ଏକ ସମୁହ ପ୍ରସ୍ତୁତ କରିଛନ୍ତି । ସମସ୍ତେ ମିଶି ଏହାକୁ ପ୍ରସ୍ତୁତ କରି ମୋଟା ରାଶି ଆୟ କରନ୍ତି ।

୪ ବିଧାୟକଙ୍କୁ ଜବାବ ତଲବ, ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସ

ରାଣୀ କୁହନ୍ତି କି ଗାଁରେ ଅନେକ ସମୟରେ କୋଳି ଆରାମରେ ମିଳିଯାଏ । ଏହାକୁ ସେ ଜୁସ୍ କରିବା ପାଇଁ ଚିନ୍ତା କଲେ । ଏହା ପରେ ସବୁ କୋଳି ଏକାଠି କରି ଜୁସ୍ କରି ଏହାକୁ ସମସ୍ତଙ୍କୁ ଦେଖାଇଲେ । ଗାଁ ଲୋକେ ଏହାକୁ ବହୁତ ପସନ୍ଦ କଲେ । ଏଥିରେ ଭିଟାମିନ୍ ସି ମିଳିଥାଏ ଯାହା ଇମ୍ୟୁନିଟିକୁ ମଜଭୁତ କରିବାରେ ସାହାଯ୍ୟ କରେ । ଏହାର ସେବନ ଦ୍ବାରା ହୃଦୟ ସମ୍ପର୍କିତ ସମସ୍ୟା ଦୂର ହୋଇଥାଏ । ଏହା ପାଚନ ଶକ୍ତିକୁ ମଧ୍ୟ ବଢାଇଥାଏ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories