www.samajalive.in
Tuesday, December 9, 2025
15.1 C
Bhubaneswar

ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ହାତୀମୁଣ୍ଡା ବିଜୟୀ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣ ସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ହାତୀମୁଣ୍ଡା ଗ୍ରାମ ଠାରେ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ହାତୀମୁଣ୍ଡା ବିଜୟୀ ହୋଇଛି । ଏଥିରେ ୨୪ ଦଳ ଭାଗ ନେଇଥିଲେ । ରବି ନାୟକ,  ବସନ୍ତ କୁନାକା,  ବଗି କୁନାକା ପ୍ରମୁଖ ଏହି ମ୍ୟାଚ  ଆୟୋଜନ କରିଥିଲେ। ଏଥିରେ ୩ ଟି ଲେଖାଏଁ
ଦଳକୁ ପରାସ୍ତ କରି ସିରିପୁରୁ ଓ ହାତୀମୁଣ୍ଡା ଫାଇନାଲରେ  ପହଞ୍ଚିଥିଲେ।  ପ୍ରଥମେ ହାତୀମୁଣ୍ଡା ବ୍ୟାଟିଂ କରି ୭୮ ରନ ସ୍କୋର କରିଥିଲେ। ଏହାକୁ ପିଛା କରି ସିରିପୁରୁ  ୬୪ ରନ ସ୍କୋର ସହ ସମସ୍ତ ୱିକେଟ ହରାଇଥିଲା ଏବଂ ହାତୀମୁଣ୍ଡାକୁ ଚାମ୍ପିଅନ ଘୋଷଣା କରାଯାଇଥିଲା।
ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗେନ୍ଦ୍ର ୱାଡାକା  ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ତ୍ରିପାଠୀ, ଅଶ୍ବିନୀ କୁମାର ମହାପାତ୍ର, ରବି ନାୟକ ଓ ସନ୍ତୋଷ କୌଶଲ୍ୟା ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଜେତା  ହାତୀମୁଣ୍ଡା  ଦଳକୁ ଅତିଥିଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ମ୍ୟାଚକୁ ରହିଦାଶ ହୁଇକା ,ସୁଶାନ୍ତ ପୀଡିଷିକା ,ମହାନ କୁନାକା, ଜଗନ୍ନାଥ ବାଘ ,ପ୍ରସାଦ କାଡ୍ରାକା ,ହାକେନା ପ୍ରାସ୍କା ପ୍ରମୁଖ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories