କାଳବୈଶାଖୀ ତାଣ୍ଡବରେ ଗଛ ପଡି ବିଦ୍ୟୁତ ବିଚ୍ଛିନ୍ନ
କଲ୍ୟାଣସିଂହପୁର: କାଳବୈଶାଖୀର ତାଣ୍ଡବରେ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିଙ୍ଗାରି ପଞ୍ଚାୟତର କାଙ୍ଗସିରି ଗ୍ରାମରେ ଆମ୍ବ ଗଛ ପଡି ବିଦ୍ୟୁତ ବିଚ୍ଛିନ୍ନ ହୋଇଥିବା ଦେଖିବାକୁ ମିଳିଛି। ଗତ କାଲି ଅପରାହ୍ନ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ମାରିବା ବେଳେ ଜୋରରେ ପବନ ବହିଥିଲା। ଯାହାଫଳରେ ଗାଁ ନିକଟରେ ଥିବା ଆମ୍ବ ଗଛ ନିକଟରେ ଯାଇଥିବା ବିଦ୍ୟୁତ ତାର ଉପରେ ପଡିଯାଇଥିଲା। ଯାହାଫଳରେ ଦୁଇଟି ବିଦ୍ୟୁତ ଖୁଣ୍ଟ ଉପୁଡି ଯାଇଥିଲା। ଗ୍ରାମଟି ପାହାଡ଼ ନିକଟରେ ରହିଥିବା ଯୋଗୁଁ ସନ୍ଧ୍ୟା ହେଲେ ହିଂସ୍ରଜନ୍ତୁ ହାତୀ, ଭାଲୁ ଭୟରେ କରେଣ୍ଟ ନ ଥିବାରୁ ବାହାରକୁ ବାହାରୁନାହାନ୍ତି। ପିଲାଙ୍କ ପାଠପଢାରେ ଅସୁବିଧା ହେଉଛି। ଏହାକୁ ବିଦ୍ୟୁତ ବିଭାଗ ତୁରନ୍ତ ଦୃଷ୍ଟି ହେଇ ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
Comments are closed.