ରେଖାଲଗୁଡା ଠାରୁ କୁଶବେଟି ରାସ୍ତା ଶୋଚନୀୟ
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ମାଝିଗୁଡା ପଞ୍ଚାୟତର ଠାରୁ ରେଖାଲଗୁଡା ଛକ ଦେଇ କୁଶବେଟି ରାସ୍ତା ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି। ରାସ୍ତା ମଝିରେ ବଡ ବଡ ଖାଲ ଖମା ହେବା ସହିତ ମେଟାଲ ବାହାରି ଥିବାରୁ ଯାତାୟତ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛି। ଉକ୍ତ ରାସ୍ତା ଦେଇ କୁସୁବେଟି ଛକ ଥେରୁବାଲି ଦେଇ ରାୟଗଡ଼ା ଓ କୁସୁବେଟି ଦେଇ ପୋଲମାରୁ ବିଷମ କଟକ ଯିବାକୁ ପାଖ ହେଉଥିବାରୁ ଛୋଟ ବଡ଼ ଯାନବାହନ ଚଳାଚଳ କରୁଛି। ଏହି ରାସ୍ତାରେ ମେଟାଲ ବାହାରିବା ସହ ରାସ୍ତା ମଝିରେ ଖାଲ ଖମା ହୋଇଥିବାରୁ ଛୋଟ ବଡ଼ ଦୁର୍ଘଟଣା ଘଟି ଲୋକେ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଉକ୍ତ ରାସ୍ତା ରେଖାଳିଗୁଡାରୁ ପଲମା ଦେଇ ଥେରୁବାଲି ବିଷମକଟକ ସଂଯୋଗ ହୋଇଥିବାରୁ ତାହାକୁ ଶୀଘ୍ର ମରାମତି କରିବା ପାଇଁ ଅଞ୍ଚଳବାସୀଙ୍କ ଦାବୀ ହୋଇଛି।
Comments are closed.