www.samajalive.in
Saturday, December 13, 2025
26.1 C
Bhubaneswar

ଆରମ୍ଭ ହେଲା ନୂତନ ସପ୍ତାହ; ଏହି ୫ମୂଲ୍ୟାଙ୍କଙ୍କ ଉପରେ ବର୍ଷିବ ମା ଲକ୍ଷ୍ମୀଙ୍କ କୃପା

ଆଜିଠାରୁ ଏକ ନୂତନ ସପ୍ତାହ ଆରମ୍ଭ ହେଉଛି। ଏହି ନୂତନ ସପ୍ତାହରେ ୫ମୂଲ୍ୟାଙ୍କଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଚମତ୍କାର ରହିବ। ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ବର୍ଷିବ। ଜାଣନ୍ତୁ ଏହି ସପ୍ତାହର ଭାଗ୍ୟ ସଂଖ୍ୟା।
ମୂଲ୍ୟାଙ୍କ-୧
ଯେ କୌଣସି ମାସର ୧, ୧୦, ୧୯ କିମ୍ବା ୨୮ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ନୂତନ ସପ୍ତାହ ଆର୍ଥିକ ଦୃଷ୍ଟିରୁ ବହୁତ ଭଲ ରହିବ। ଯଦି ଆପଣ ବ୍ୟବସାୟ କରିବେ ତେବେ ଏହା ଲାଭଦାୟକ ହେବ। କୌଣସି କାମରେ କାହାର ସହଭାଗୀତା ଆପଣଙ୍କୁ ଲାଭ ଦେବ। ବ୍ୟବସାୟରେ ଭଲ ରିଟର୍ନ ଆସିବ ସହିତ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ପାଖରେ ରହିବ।
ପ୍ରତିକାର- ରବିବାର ଦିନ ସୂର୍ଯ୍ୟ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ମୂଲ୍ୟାଙ୍କ-୩
ଆଜିଠାରୁ ଆରମ୍ଭ ହୋଇଥିବା ନୂତନ ସପ୍ତାହ ଯେଉଁମାନେ କୌଣସି ମାସର ୩,୧୨,୨୧ ଏବଂ ୩୦ ତାରିଖରେ ଜନ୍ମ ହୋଇଥିବେ ସେମାନଙ୍କ ପାଇଁ ବହୁତ ଭଲ ରହିବ। ଉତ୍ତମ ସୁଯୋଗ ପ୍ରାପ୍ତି ହେବ। ବ୍ୟବସାୟରେ ଲାଭ ହେବ। ଆପଣଙ୍କର ଅଧା ଥିବା ଯେକୌଣସି କାର୍ଯ୍ୟ ଶୀଘ୍ର ସମାପ୍ତ ହେବ। ଚାକିରିରେ ଉତ୍ତମ ରାସ୍ତା ଖୋଲିବ, ଯାହା ଆପଣଙ୍କୁ ନୂତନ ସୁଯୋଗ ଆଣିବ।
ପ୍ରତିକାର- ପ୍ରତିଦିନ ୨୧ଥର ‘ଓମ୍‌‌ ଭୁଃ ବୃହସ୍ପତେୟ ନମଃ’ ମନ୍ତ୍ର ଜପ କରନ୍ତୁ।
ମୂଲ୍ୟାଙ୍କ-୫
ଯେଉଁମାନଙ୍କ ଜନ୍ମ ମାସର ୪, ୧୪,୨୩ରେ ଜନ୍ମ ହୋଇଥିବେ ସେମାନଙ୍କ ପାଇଁ ନୂତନ ସପ୍ତାହ ଚମତ୍କାର ଆଣିବ। ଆପଣଙ୍କ ପରିଶ୍ରମ ଫଳ ଦେବ। ବିଦେଶ ଯିବାର ସୁଯୋଗ ମିଳିପାରେ। କିଛି ଭଲ ଖବର ପାଇପାରନ୍ତି। ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ପାଖରେ ରହିବ। ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଉଚିତ ଫଳ ପ୍ରାପ୍ତି ହେବାର ସମ୍ଭାବନା ରହିଛି।
ପ୍ରତିକାର- ପ୍ରତିଦିନ ୪୧ଥର ‘ଓମ୍‌‌ ନମୋ ନାରାୟଣ’ ମନ୍ତ୍ର ଜପ କରନ୍ତୁ।
ମୂଲ୍ୟାଙ୍କ-୬
ଯେଉଁମାନଙ୍କ ଜନ୍ମ ୬,୧୫ ଏବଂ ୨୪ ଅଙ୍କରେ ହୋଇଛି ସେମାନଙ୍କ ପାଇଁ ଏହି ସପ୍ତାହ ବହୁତ ଭଲ ରହିବ। ସବୁ କ୍ଷେତ୍ରରେ ପରିଶ୍ରମ ଫଳପ୍ରଦ ଦେବ। ଆପଣ କିଛି ଭଲ ଖବର ପାଇପାରନ୍ତି। ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ବ୍ୟବସାୟରେ ସୁଫଳ ମିଳିବ।
ପ୍ରତିକାର- ପ୍ରତ୍ୟେକ ଦିନ ‘ଓମ୍‌‌ ଶୁକ୍ରାୟ ନମଃ’ ୩୩ଥର ଜପ କରନ୍ତୁ।
ମୂଲ୍ୟାଙ୍କ-୯
୯, ୧୮ କିମ୍ବା ୨୭ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଲ୍ୟାଙ୍କ ୯। ଏହି ସପ୍ତାହରେ ଆପଣଙ୍କର କାର୍ଯ୍ୟ ପାଇଁ ଲୋକଙ୍କଠାରୁ ପ୍ରଶଂସା ପାଇପାରିବେ। ଲୋକମାନେ ଆପଣଙ୍କୁ ସମ୍ମାନ କରିବେ। ବ୍ୟବସାୟୀଙ୍କ ପାଇଁ ଭଲ ରହିବ। ନୂତନ ଯୋଗଯୋଗ ଦ୍ୱାରା ଭବିଷ୍ୟ ଆପଣଙ୍କ ପାଇଁ ଉପଯୋଗୀ ହେବ।
ପ୍ରତିକାର- ପ୍ରତିଦିନ ‘ଓମ୍‌‌ ଭୌମାୟ ନାମଃ’ ମନ୍ତ୍ର ଜପ କରନ୍ତୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories