www.samajalive.in
Saturday, December 6, 2025
17.1 C
Bhubaneswar

ଜ୍ୟାକି ଶ୍ରଫ୍‌ଙ୍କ ସ୍ବର, ନାମ ବ୍ୟବହାର ଉପରେ କଟକଣା

ନୂଆଦିଲ୍ଲୀ : ବଲିଉଡ୍‌ ତାରକା ଜ୍ୟାକି ଶ୍ରଫ୍‌ଙ୍କ ନାମ ଓ ସ୍ବରକୁ ବ୍ୟବହାର କରିବା ଉପରେ ଦିଲ୍ଲୀ ହାଇକୋର୍ଟ କଟକଣା ଲାଗୁ କରିଛନ୍ତିି। ଜ୍ୟାକିଙ୍କ ବିନା ଅନୁମତିରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ତାଙ୍କ ନାମ କିମ୍ବା ସ୍ବରକୁ ବ୍ୟବହାର କରିପାରିବେ ନାହିଁ ବୋଲି ଜଷ୍ଟିସ ସଞ୍ଜୀବ ନରୁଲାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅନ୍ତରୀଣ ରାୟ ଦେଇଛନ୍ତି। ସୂଚନାଯୋଗ୍ୟ ଜ୍ୟାକି ତାଙ୍କ ଅଭିନୀତ ଅଧିକାଂଶ ହିନ୍ଦୀ ଚଳଚ୍ଚିତ୍ରରେ ‘ଭିଡୁ’ ଶବ୍ଦ ଉଚ୍ଚାରଣ କରୁଥିଲେ, ଯାହାକୁ ଦର୍ଶକ ପସନ୍ଦ କରିଆସୁଛନ୍ତି। ତେବେ କେତେକ କମ୍ପାନୀ ସେମାନଙ୍କ ବିଜ୍ଞାପନ କିମ୍ବା ଅନ୍ୟ ଉଦ୍ଦେଶ୍ୟରେ ‘ଭିଡୁ’ ଶବ୍ଦ ବ୍ୟବହାର କରିବା ସହ ଜ୍ୟାକିଙ୍କ ଫଟୋକୁ ବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଇଥିଲା। ଏହା ଜଣାପଡିବା ପରେ
ଜ୍ୟାକି ‘ଭିଡୁ’ ଶବ୍ଦର ଟ୍ରେଡମାର୍କ ଦାବି କରି ହାଇକୋର୍ଟରେ ପିଟିସନ ଦାଏର କରିଥିଲେ। ଏପରିକି କେତେକ କମ୍ପାନୀ ନିଜର ଟି-ସାର୍ଟ, ପୋଷ୍ଟରରେ ଜ୍ୟାକିଙ୍କ ଫଟୋ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। କୌଣସି ସେଲିବ୍ରିଟିଙ୍କ ବିନା ଅନୁମତିରେ ତାଙ୍କର ନାମ, ସ୍ବର କିମ୍ବା ଡାଏଲଗ୍‌ ବ୍ୟବହାର କରିବା ଆଇନତଃ ନିଷେଧ ବୋଲି ଜ୍ୟାକିଙ୍କ ଓକିଲ ଅଦାଲତରେ ଯୁକ୍ତି ଦର୍ଶାଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୪କୁ ଧାର୍ଯ୍ୟ କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories