www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ବୌଦ୍ଧରେ ମତଦାନ: ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ଲକ୍ଷ ୬୬ହଜାର ୪୬୧ ଭୋଟର

ହରଭଙ୍ଗା: ଆଜି ବୌଦ୍ଧରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଚଳିତ ନିର୍ବାଚନରେ କନ୍ଧମାଳ ଲୋକସଭା କ୍ଷେତ୍ରର ବୌଦ୍ଧ ବିଧାନ ସଭା କ୍ଷେତ୍ରରେ ୧ଲକ୍ଷ ୬୬ହଜାର୪୬୧ଜଣ ଭୋଟର ଉଭୟ ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୮୬ ନମ୍ବର ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସମୁଦାୟ ୧୯୪ ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେଉଛି।  ସେଥିରୁ ହରଭଙ୍ଗା ବ୍ଲକରେ କେବଳ ୧୧୨ ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଉଛି।  ଏହି ମତଦାନ କେନ୍ଦ୍ର ମଧ୍ୟରୁ ୩୧ଟି ସକ୍ଷୀ ବୁଥ କରାଯାଇଛି। ପୁରୁଣା କଟକରେ ୩ଟି, କରଞ୍ଜକଟା, ଝାଡ଼ରାଜିଙ୍ଗ,ତୁକୁଲୁଣ୍ଡା, ଲକ୍ଷ୍ମଣପୁର, ଠିଡିକାଜୋର ଭଳି ସ୍ଥାନରେ ସକ୍ଷୀ ମତଦାନ କେନ୍ଦ୍ର କରାଯାଇଛି। ୨୦ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ଚିହ୍ନଟ କରାଯାଇଛି।୧୦ଟି କେନ୍ଦ୍ରରେ ଭିଡ଼ିଓଗ୍ରାଫି,୨୭ଟି କେନ୍ଦ୍ରରେ କେନ୍ଦ୍ରୀୟ ଆର୍ମ ପୁଲିସ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଏହା ସହିତ ୧୦ଟି ମତଦାନ କେନ୍ଦ୍ରରେ ମାଇକ୍ରୋ ପର୍ଯ୍ୟବେକ୍ଷକ ସହିତ ସବୁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ସହ ପିଇବା ପାଣି ସାଙ୍ଗକୁ ଚାନ୍ଦୁଆ ବ୍ୟବସ୍ଥା କରାଯାଇଛି। ସବୁ ମତଦାନ କେନ୍ଦ୍ରରେ ପୁଲିଂ ଟିମ ପହଁଚି ସାରିଛନ୍ତି.। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ଚାଲିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories