www.samajalive.in
Sunday, December 7, 2025
14.1 C
Bhubaneswar

‘ଲୋକଙ୍କୁ ଦିନବେଳା ଲଣ୍ଠନ ଦେଖାଉଛି ବିଜେପି’

ସମ୍ୱଲପୁର : ବିଜେପି ନେତାମାନେ ଦିନବେଳା ଲଣ୍ଠନ ଦେଖାଉଛନ୍ତିା ଏଠାରୁ ଲୋକସଭା ପ୍ରାର୍ଥୀ ହୋଇଥିବା ବିଜେପି ନେତାଙ୍କୁ ଢେଙ୍କାନାଳବାସୀ ଗ୍ରହଣ ନ କରିବାରୁ ସେ ସମ୍ବଲପୁର ଚାଲି ଆସିଛନ୍ତି। ସେ ଏଠାରେ ମଧ୍ୟ କାମ କରିବେ ନାହିଁ କି କରାଇଦେବେ ନାହିଁ ବୋଲି କହିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ପରମାଣପୁର ପଡ଼ିଆରେ ରବିବାର ଆୟୋଜିତ ସମାବେଶରେ ସେ କହିଥିଲେ, ବିରୋଧୀଙ୍କ ସରକାର ହେଲେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାକୁ ବନ୍ଦକରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବେ। ଆୟୁଷ୍ମାନ ଯୋଜନାରେ ଓଡ଼ିଶାର ୫୦ ଲକ୍ଷ ପରିବାର ଚିକିତ୍ସାସେବା ପାଇବାରୁ ବାଦ୍‌ ପଡ଼ିବେ। ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ଭାଗରେ ବର୍ଷକୁ ମାତ୍ର ୩୦୦ କୋଟି ଟଙ୍କା ପଡ଼ିବ। କିନ୍ତୁ ବିଏସକେୱାଇ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିମାସରେ ୩୦୦ କୋଟି ଖର୍ଚ୍ଚ କରୁଛନ୍ତି। ମା’ ଘଣ୍ଟେଶ୍ୱରୀ ମନ୍ଦିରର ଉନ୍ନତିକରଣ ପାଇଁ ୧୧ କୋଟି ଟଙ୍କା, ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିପୀଠର ଉନ୍ନତିକରଣ ପାଇଁ ସାଢେ ୬ କୋଟି ଟଙ୍କା, ଶାସନ ମୁଖ୍ୟ କେନାଲର ଉନ୍ନତୀକରଣ ପାଇଁ ୬୧ କୋଟି ଟଙ୍କା, ମମତା ଯୋଜନାରେ ପ୍ରତି ପ୍ରସୂତିଙ୍କୁ ୧୦ ହଜାର ଟଙ୍କା, ମଧୁବାବୁ ପେନସନ ଯୋଜନାରେ ୧୦୦୦ ଟଙ୍କା କିଏ ଦେଉଛି? ରେଙ୍ଗାଲିକୁ ଏନ୍‌ଏସି କିଏ କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ପଚାରିଥିଲେ। ଓଡ଼ିଶାର ୯୦ ପ୍ରତିଶତ ପରିବାରକୁ ମାଗଣା ବିଜୁଳି ବିଲ୍‌ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବାପରେ ବିଜେପି ନେତାଙ୍କୁ କରେଣ୍ଟ ଲାଗିଛି ବୋଲି ଶ୍ରୀ ପାଣ୍ଡିଆନ କହିବା ସହ ବିଜେଡିର ଦୁଇପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ସୁଦର୍ଶନ ହରିପାଲଙ୍କୁ ଭୋଟଦେବାକୁ ନିବେଦନ କରିଥିଲେ। କୁଚିଣ୍ଡାରେ ସେ ଜନସାଧାରଣଙ୍କୁ କାମର ହିସାବ ଦେବା ସହିତ କେନ୍ଦ୍ରମନ୍ତ୍ରୀ ୧୦ ବର୍ଷରେ କଣ କରିଛନ୍ତି ତାହାର ହିସାବ ମାଗିବାକୁ ଆହ୍ବାନ ଦେଇଥିଲେ। ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ ଆଶୀର୍ବାଦ କରିବାକୁ ସେ ଅନୁରୋଧ କରିଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଭାବେ କୁଚିଣ୍ଡା ପାଇଁ ୨୯ କୋଟି ଟଙ୍କାର ସହାୟତା ଦେଇ ବିଭିନ୍ନ ପ୍ରକଳ୍ପ କରିଛନ୍ତି। ଏଠାରେ ୨୪୦୦ ମିଶନ ଶକ୍ତି ଗୋଷ୍ଠୀ ଅଛନ୍ତି, ମା’ମାନଙ୍କୁ ୧୩୫ କୋଟି ଟଙ୍କା ବିନା ସୁଧରେ ଋଣ ଦିଆଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories