www.samajalive.in
Thursday, December 11, 2025
16.1 C
Bhubaneswar

ଜନସଂପର୍କ ଅଭିଯାନ ମାଧ୍ୟମରେ କଂଗ୍ରେସର ପ୍ରଚାର

ଆଠଗଡ଼: ଆଠଗଡ଼ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ରବିବାର କଂଗ୍ରେସ ଦଳ ପକ୍ଷରୁ ଜନସଂପର୍କ ଅଭିଯାନ ମାଧ୍ୟମରେ ନିର୍ବାଚନ ପ୍ରଚାର ଜୋରଦାର କରାଯାଇଛି। ଆଠଗଡ଼ ଦଳୀୟ କାର୍ଯ୍ୟାଳୟରୁ ବିଧାୟକ ପ୍ରାର୍ଥୀ ସୁଦର୍ଶନ ସାହୁ ଓ କଟକ ଲୋକସଭା ପ୍ରାର୍ଥୀ ସୁରେଶ ମହାପାତ୍ର କର୍ମୀମାନଙ୍କର ଏକ ବିଶାଳ ବାଇକ ଶୋଭାଯାତ୍ରା ସହିତ ରାଧାଗୋବିନ୍ଦପୁର, ଧାଇପୁର, ବେଣ୍ଟପଦା, ରାଜନଗର, ମେଘା, କଟକିଆସାହି, ଧୁରୁଷିଆ, ଅନନ୍ତପୁର, କଖଡି, ମଞ୍ଚେଶ୍ୱର, ଖୁଣ୍ଟୁଣୀ, ଭୋଗରା, କୁଲାଇଲୋ ଓ ଦୋରଡ ପଞ୍ଚାୟତ ସମେତ ଆଠଗଡ଼ ସହରରେ ପ୍ରଚାର କରିଥିଲେ। ବିଭିନ୍ନ ଗ୍ରାମାଞ୍ଚଳର ଛକସ୍ଥାନରେ ପଥପ୍ରାନ୍ତ ସଭା ମାଧ୍ୟମରେ ଉଭୟ ବିଜେଡି ଓ ବିଜେପି ଦଳକୁ ତୀବ୍ର ସମାଲୋଚନା କରିବା ସହ କଂଗ୍ରେସର ୫ଟି ଗ୍ୟାରେଣ୍ଟି ସଂପର୍କରେ କହି ଲୋକଙ୍କ ସମର୍ଥନ ଭିକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ସୋମନାଥ ଭକ୍ତା, କିଶୋର ସାମନ୍ତରାୟ, ମହିଳା କଂଗ୍ରେସ ସଭାନେତ୍ରୀ ଲକ୍ଷ୍ମୀ ନାୟକ ବରିଷ୍ଠ ନେତା ସୁରେଶ ବିଶ୍ୱାଳ, କୈଳାସ ଚନ୍ଦ୍ର ସାହୁ, ଗଦାଧର ରାଉତ, ନିଶିକାନ୍ତ ସ୍ୱାଇଁ, ମାନସ ପ୍ରଧାନ, ସର୍ବେଶ୍ୱର ପଣ୍ଡା ପ୍ରମୁଖ ଉଦ୍‌‌ବୋଧନ ଦେଇ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories