www.samajalive.in
Sunday, December 14, 2025
19.1 C
Bhubaneswar

ଖଲ୍ଲିକୋଟ ନିର୍ବାଚନୀ ହିଂସା ଓ ହତ୍ୟା ମାମଲା: ତଦନ୍ତ କରିବ ୪ଜଣିଆ ଏସ୍‌ଆଇଟି

ଛତ୍ରପୁର : ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁରରେ ଘଟିଥିବା ପ୍ରାକ୍‌ ନିର୍ବାଚନୀ ହିଂସା ଓ ହତ୍ୟା ମାମଲାର ତଦନ୍ତ ପାଇଁ ୪ଜଣିଆ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ ହୋଇଛି। ଦକ୍ଷିଣାଞ୍ଚଳ ପୁଲିସ ଆଇଜି ଜୟ ନାରାୟଣ ପଙ୍କଜ ଏହି ୪ଜଣିଆ ଏସ୍‌ଆଇଟିକୁ ତଦାରଖ କରିବେ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ଆର୍‌.କେ ଶର୍ମା ସୂଚନା ଦେଇଛନ୍ତି। ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ଏହି ଏସ୍‌ଆଇଟିର ନେତୃତ୍ବ ନେବେ। ଏହା ବ୍ୟତୀତ ସାଇବର ଏବଂ ସାଇଣ୍ଟିଫିକ ଅଧିକାରୀ ଏସ୍‌ଆଇଟିରେ ସଦସ୍ୟ ରହିବେ। ଏସ୍‌ଆଇଟି ହିଂସାର ପ୍ରତ୍ୟେକ ଦିଗକୁ ନେଇ ତଦନ୍ତ କରିବ। ଏହି ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ଘଟଣାରେ ଯେଉଁମାନଙ୍କ ସମ୍ପୃକ୍ତି ଥିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ଅପରପକ୍ଷରେ ଶ୍ରୀକୃଷ୍ଣ ଶରଣପୁର ଗାଁର ସମସ୍ତ ମତଦାନ କେନ୍ଦ୍ରକୁ ଅତି ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ସବୁ ବୁଥ୍‌ ୱେବ୍‌ କାଷ୍ଟିଂ ହେବ। ଖଲ୍ଲିକୋଟ ଅଞ୍ଚଳରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି କରାଯାଇଛି। ୧୦ଟି ବୁଥ୍‌ ବ୍ୟବଧାନରେ କଡ଼ା ପାଟ୍ରୋଲିଂ ପାଇଁ ପୁଲିସ ପକ୍ଷରୁ ଭ୍ରାମ୍ୟମାଣ ଟିମ୍‌ ନିୟୋଜିତ କରାଯାଇଛି। ପୁଲିସ ପକ୍ଷରୁ ସମସ୍ତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଉଛି। ଶନିବାର ଶ୍ରୀ ଶର୍ମା ଘଟଣା ସମ୍ପର୍କରେ ଦକ୍ଷିଣାଞ୍ଚଳ ପୁଲିସ ଆଇଜି ଜୟ ନାରାୟଣ ପଙ୍କଜ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଗଞ୍ଜାମ ଏସ୍‌ପି ଜଗମୋହନ ମୀଣାଙ୍କ ସହ ଗଞ୍ଜାମ ଆରକ୍ଷୀ କାର୍ଯ୍ୟାଳୟରେ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଭାରତୀୟ ନିର୍ବାଚନ ଆୟୋଗ ଏହି ଘଟଣାରେ ରାଜ୍ୟ ପୁଲିସ ମହାନିର୍ଦେଶକ ଙ୍କଠାରୁ ବିସୃତ ରିପୋର୍ଟ ତଲବ କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ଏବଂ ପୁଲିସଙ୍କୁ ଆୟୋଗ ନିର୍ଦେଶ ଦେଇଛନ୍ତି। ଭବିଷ୍ୟତରେ ଯେଭଳି ନିର୍ବାଚନୀ ହିଂସା ନଘଟେ ସେଥିପ୍ରତି ପ୍ରଶାସନ ଯତ୍ନବାନ ହେବାକୁ ଆୟୋଗ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତିରେ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ପୋଷ୍ଟର ଲଗାକୁ କେନ୍ଦ୍ରକରି ଦୁଇ ରାଜନୈତିକ ଦଳର ସମର୍ଥକ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ବିଜେପି କର୍ମୀ ଦିଲୀପ ପାହାନଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ୯ଜଣକୁ ଗିରଫ କରିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories