www.samajalive.in
Tuesday, December 9, 2025
16.1 C
Bhubaneswar

ଖଲିକୋଟ ହତ୍ୟାମାମଲାର ତଦନ୍ତ କରିବ ଏସଆଇଟି

କଟକ: ଖଲ୍ଲିକୋଟ ହତ୍ୟା ମାମଲାର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏକଆଇଟି) ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ପୁଲିସ ମହାନିର୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦେଶ ଦେଇଛନ୍ତି। ଅଦ୍ୟାବଧି ହତ୍ୟାକାଣ୍ଡରେ ସମ୍ପୃକ୍ତ ୯ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ। ଏହା ସହ ସେମାନଙ୍କ ବିରୁଦ୍ଧରେ ଉପଯୁକ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯିବ ଏବଂ ଏହି ହତ୍ୟା ମାମଲାର ଶୀଘ୍ର ବିଚାର କରାଯିବା ନିମନ୍ତେ ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ଡିଜିପି ଶ୍ରୀ ଷଡ଼ଙ୍ଗୀ ନିର୍ଦେଶ ଦେଇଛନ୍ତି। ଏହି ଅନୁସନ୍ଧାନକାରୀ ଦଳ ସମୟ ସମୟରେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜିଙ୍କୁ ରିପୋର୍ଟ ପ୍ରଦାନ କରିବେ।

ଏହା ସହ ପ୍ରାକ ନିର୍ବାଚନ ହିଂସାକୁ ଦୃଷ୍ଟିରେ ରଖି ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ମୁଖ୍ୟାଳୟ) ରାଧା କିଶନ ଶର୍ମା, ଆଇପିଏସ୍ ଛତ୍ରପୁରରେ ଅବସ୍ଥାନ କରିବେ ଏବଂ ଗଞ୍ଜାମ ଜିଲାର ଆଇନ ଓ ଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିବେ। ସେ ୧୭ ମେ’ ଠାରୁ ମତଦାନ ଶେଷ ହେବା ପର୍ଯ୍ୟନ୍ତ ଛତ୍ରପୁରରେ ଅବସ୍ଥାନ କରି ଆଇନ ଓ ଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ୱତନ୍ତ୍ର ନଜର ରଖିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories