www.samajalive.in
Saturday, December 6, 2025
15.1 C
Bhubaneswar

ଇନଷ୍ଟାଗ୍ରାମରେ ତିନି ଯୁବକଙ୍କୁ ଭାଇ କରିଥିଲେ ଯୁବତୀ; ବାହାଘରରେ ମହଙ୍ଗା ଗିଫ୍ଟ ଦେବାକୁ କହି ଠକିନେଲେ . . .

ଲକ୍ଷ୍ନୌ:: ବର୍ତ୍ତମାନ ସମୟରେ ଯୁବପୀଢିମାନେ ସୋସିଆଲ ମିଡ଼ିଆରେ ସବୁବେଳେ ସକ୍ରିୟ ରହୁଛନ୍ତି। କିଏ ବନ୍ଧୁ ହେଉଛନ୍ତି ତ ଆଉ କିଏ ଭାଇ ବନ୍ଧୁ ପରିଜନ ହେବାକୁ ଚେଷ୍ଟା କରୁଛନ୍ତି। ଏସବୁ ଭିତରେ ସାଇବର ଠକମାନେ ଏମାନଙ୍କ ଉପରେ ନଜର ରଖି ଠକିବାକୁ ପ୍ରୟାସ କରୁଛନ୍ତି। ବନ୍ଧୁ ପରିଜନ ସାଜି ଅନେକ ଉପାୟରେ ନିମିଷକରେ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଲକ୍ଷ୍ନୌରେ ଜଣେ ଯୁବତୀଙ୍କ ସହ ବି କିଛି ଏମିତି ଘଟିଛି। ଯାହା ଫଳରେ ଯୁବତୀଙ୍କ ମଣିଷପଣିଆ ଉପରୁ ଭରସା ଉଠିଯାଇଛି। କଣ ହୋଇଛି ପୁରା ମାମଲା ଜାଣନ୍ତୁ…

ସାଇବର ଠକ ବନିଥିଲା ଧରମ ଭାଇ। ଭଉଣୀକୁ ବାହାଘରରେ ଦାମୀ ଗିଫ୍ଟ ଦେବ କହୁଥିଲା। କିନ୍ତୁ ସେ ଭଉଣୀ ଠାରୁ ଲୁଟିନେଲା ୨ଲକ୍ଷ ଟଙ୍କା। ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଲକ୍ଷ୍ନୌ ଇନ୍ଦିରାନଗରରେ। ସଲମା ନାମକ ଜଣେ ଯୁବତୀଙ୍କର ଇନଷ୍ଟାଗ୍ରାମରେ ପ୍ରଥମେ ବନ୍ଧୁ ହୋଇଥିଲେ। ପରେ ଉଭୟଙ୍କ ମଧ୍ୟରେ ଭାଇ-ଭଉଣୀ ସମ୍ପର୍କ ଗଢିବା ସହ ମେସେଜରେ ଚାଟିଙ୍ଗ୍‌‌ କରୁଥିଲେ। ଇନଷ୍ଟାଗ୍ରାମ ଜରିଆରେ ୩ଜଣ ଯୁବକ ବନ୍ଧୁତା ସ୍ଥାପନା କରିଥିଲେ। ୩ଜଣ ଯୁବକ ହେଲେ ରବି କୁମାର, ରାଣା ପ୍ରତାପ ସିଂ ଏବଂ ମନୋଜ। ଏହି ତିନି ଜଣ ସଲମାଙ୍କ ମନରେ ଭରସା ଜିତିଥିଲେ। ତିନି ଜଣଙ୍କୁ ଭାଇ ବୋଲି ଗ୍ରହଣ କରିଥିଲେ ଯୁବତୀ। ହେଲେ ଏହି ତିନି ଜଣ ଠକ ସଲମାଙ୍କ ଭରସାର ଫାଇଦା ଉଠାଇ କଳାକନା ବୁଲାଇଥିଲେ।
ସଲମାଙ୍କ ବାହାଘରରେ ଦାମୀ ଗିଫ୍ଟ ଦେବାକୁ କହି ଫୋନ୍‌‌ କରିଥିଲେ ରବି କୁମାର। ଏଥିପାଇଁ ସଲମାଙ୍କୁ ସପିଙ୍ଗ୍‌‌ ବାହାନାରେ ପରିଚୟପତ୍ର ଅର୍ଥାତ୍‌‌ ଆଧାରକାର୍ଡ ଓ ଫଟୋ ଆବଶ୍ୟକ ବୋଲି କହିଥିଲେ। ସଲମା ଆଧାରକାର୍ଡ ଦେଇଥିଲେ। ଏହାପରେ ମନୋଜ ତାଙ୍କୁ କଲ୍‌‌ କରି କହିଥିଲେ ଯେ ରବି ପଠାଇଥିବା ସାମଗ୍ରୀ ଏୟାରପୋର୍ଟରେ ଜବତ ହୋଇଛି। ସାମଗ୍ରୀ ଆଣିବା ପାଇଁ ଏକ ମୋଟା ଅଙ୍କର ଟଙ୍କା ଦେବାକୁ ପଡିବ। ସଲମା ପ୍ରଥମେ ଟଙ୍କା ଦେବାକୁ ମନା କରିଥିଲେ, ହେଲେ ମନୋଜ ତାଙ୍କୁ ଧମକାଇବା ସହ ଟଙ୍କା ନଦେଲେ ସିବିଆଇ, କ୍ରାଇମବ୍ରାଞ୍ଚ ଏବଂ ଆୟକର ବିଭାଗକୁ ସେ ଖବର ଦେବେ। ଫଳରେ ଗିରଫ ହେବା ଭୟରେ ସଲମା ୧.୯୪ଲକ୍ଷ ଟଙ୍କା ଅନଲାଇନରେ ପଠାଇଥିଲେ। ଏହାପରେ ଫୋନ୍‌‌ ବନ୍ଦ ଆସିବାରୁ ଥାନାରେ ଅଭିଯୋଗ କରିଛନ୍ତି ସଲମା।  ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories