www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ନବୀନ, ନଡ୍ଡାଙ୍କ ପ୍ରଚାରରେ ଦୁଲୁକିବ ରାଜଧାନୀ

ଭୁବନେଶ୍ଵର: ଆଜି ନିର୍ବାଚନ ପ୍ରଚାରରେ ଦୁଲୁକିବ ରାଜଧାନୀ। ବିଜେଡି ଓ ବିଜେପିର ଦୁଇ ହେବିୱେଟ ମେଗା ରୋଡ ସୋ କରିବେ । ଓଡିଶା ଗସ୍ତରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆଜି ରାଜଧାନୀରେ ସେ ରୋଡ୍ ସୋ କରିବେ। ନଡ୍ଡା ମାଉସୀ ମାଆ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି। ପରେ ଅପରାହ୍ନରେ ବରଗଡ ଜିଲ୍ଲାର ପଦ୍ମପୁର ଏବଂ ସୁନ୍ଦରଗଡରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ବୁଧବାର ରାତିରେ ରାଜଧାନୀର ଏକ ହୋଟେଲରେ ସୁଭଦ୍ରା ଯୋଜନା ସମ୍ପର୍କରେଦଳର ମହିଳା କର୍ମୀଙ୍କ ସହ ଆଲୋଚନା କରିଥିଲେ। ସେପଟେ ଆଜି ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଙ୍ଗନଗର ଛକରୁ ମେଗା ରୋଡ ସୋରେ ବାହାରିବେ। ଏକାମ୍ରର କିଛି ଅଞ୍ଚଳ ଓ ମଧ୍ୟ ନିର୍ବାଚନମଣ୍ଡଳୀର ଏକାଧିକ ସ୍ଥାନରେ ପାୱାର ସୋ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସାଧାରଣ ଲୋକଙ୍କ ଗମନାଗମନକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଅପରାହ୍ନ ସାଢେ ୪ଟାରୁ ରୋଡ୍ ସୋ ସରିବା ପର୍ଯ୍ୟନ୍ତ ଗଙ୍ଗନଗର ଛକଠାରୁ  ରୋଡ୍ ସୋ ହେବାକୁ ଥିବା ରାସ୍ତା ଦେଇ କୌଣସି ପ୍ରକାର ଯାନବାହନ ଯିବା ଆସିବା କରିପାରିବନାହିଁ। ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ଗାଡିମଟର ଉକ୍ତ ରାସ୍ତାକୁ ଯିବାକୁ ଛଡାଯିବ ନାହିଁ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories