www.samajalive.in
Monday, December 8, 2025
13.1 C
Bhubaneswar

କେରଳର ଖ୍ରୀଷ୍ଟମାସ : ଏହିଠାରୁ ପ୍ରଥମେ ଆରମ୍ଭ ହୋଇଥିଲା ଖ୍ରୀଷ୍ଟଧର୍ମର ପ୍ରଚାର

ଦେଶର ସମସ୍ତ ସ୍ଥାନରେ ତ ଖ୍ରୀଷ୍ଟମାସର ପର୍ବ ପାଳନ ହୋଇଥାଏ। ହେଲେ କେରଳର ଖ୍ରୀଷ୍ଟମାସ ଟିକେ ଭିନ୍ନ ଓ ବିଶେଷ ହୋଇଥାଏ। କାରଣ ପ୍ରଭୁ ଯୀଶୁଙ୍କ ଶିଷ୍ୟ ସେଣ୍ଟ୍‍ ଥୋମାସ୍‍ ଖ୍ରୀଷ୍ଟଧର୍ମର ପ୍ରଚାର-ପ୍ରସାର ସର୍ବପ୍ରଥମେ ଭାରତର ଏହି ରାଜ୍ୟରୁ ହିଁ ଆରମ୍ଭ କରିଥିଲେ। ତେଣୁ ଭାରତୀୟ ରାଜ୍ୟ କେରଳରେ ବହୁ ସଂଖ୍ୟାରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ବାସ କରନ୍ତି। ସେଣ୍ଟ୍‍ ଜର୍ଜ ଚର୍ଚ୍ଚ, ହୋଲୀ ଫ୍ୟାମିଲି ଚର୍ଚ୍ଚ, ସେଣ୍ଟ୍‍ ଫ୍ରାନ୍ସିସ୍‍ ଚର୍ଚ୍ଚ, ସେଣ୍ଟ୍‍ କ୍ରୁଜ୍‍ ବେସିଲିକା ଚର୍ଚ୍ଚ, ସେଣ୍ଟ୍‍ ଜର୍ଜ କ୍ୟାଥେଡ୍ରଲ, ପାରୁମାଲା ଆଦି ଚର୍ଚ୍ଚ ଏଠାକାର ପ୍ରସିଦ୍ଧ ଚର୍ଚ୍ଚ। କେରଳରେ ସେଣ୍ଟ୍‍ ଥୋମାସ୍‍ ଓ ମାତା ମରିୟମ୍‍ଙ୍କ ନାମରେ ଐତିହାସିକ ଚର୍ଚ୍ଚ ମଧ୍ୟ ରହିଛି। କେରଳର ବଜାରରେ ଖ୍ରୀଷ୍ଟମାସର ଚମକ ଛାଇ ଯାଇଥାଏ। ପିଲାମାନଙ୍କ ମଧ୍ୟରେ ସାନ୍ତାକ୍ଲଜର ମୁଖାକୃତି ଓ ଟୋପିକୁ ନେଇ ରୋଚକତା ଓ ଖୁସି ଦେଖିବାକୁ ମିଳିଥାଏ।

ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories