www.samajalive.in
Saturday, December 6, 2025
15.1 C
Bhubaneswar

ଜଳପ୍ରପାତରେ ଗୋଡ଼ ଖସି ୨ ବନ୍ଧୁଙ୍କ ମୃତ୍ୟୁ

ପଟ୍ଟାଙ୍ଗି: ଭୋଟ ଦେଇ ଫେରିବା ବେଳେ ପର୍ଯ୍ୟଟନସ୍ଥଳୀ ବୁଲିବା ଦୁଇ ବନ୍ଧୁଙ୍କ ପାଇଁ କାଳ ହୋଇଛି। ଜଳପ୍ରପାତରେ ଗାଧୋଇବାକୁ ଯିବା ସମୟରେ ଗୋଡ଼ ଖସିଯିବାରୁ ଉଭୟଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକଦ୍ବୟ ହେଲେ କୋରାପୁଟ ସହର ପିଏଚଡି କଲୋନୀର ଆଶିଷ କୁମାର ପଣ୍ଡା(୨୪) ଏବଂ ଜାନିଗୁଡ଼ାର ନିତେଶ କୁମାର ଦାସ(୨୪)। ଏହି ଘଟଣାକୁ ନେଇ ପରିବାରବର୍ଗ ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ଗତ ସୋମବାର ଆଶିଷ, ନିତେଶ ଏବଂ ଅନ୍ୟ ଜଣେ ବନ୍ଧୁ କୋରାପୁଟରେ ଭୋଟ ଦେଇ ଏକ ଜିପ୍‌ ଯୋଗେ ପଟ୍ଟାଙ୍ଗି ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଗାଲିଗାବାଡର ଜଳପ୍ରପାତ ବୁଲିବାକୁ ଆସିଥିଲେ। ଆଶିଷ ଏବଂ ନିତେଶ ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଅନ୍ୟ ସାଙ୍ଗ ଜଣକ ତାଙ୍କୁ ବାହାରେ ଅପେକ୍ଷା କରି ରହିଥିଲେ। ଅନେକ ସମୟ ବିତିଯିବା ପରେ ଦୁଇ ସାଙ୍ଗ ନ ଫେରିବାରୁ ୩ୟ ସାଙ୍ଗ ଜଣକ ତାଙ୍କୁ ଖୋଜିବାକୁ ଯାଇଥିଲେ। ମାତ୍ର ଜଳପ୍ରପାତରେ ଉଭୟଙ୍କ ଶରୀର ଭାସୁଥିବା ଦେଖି ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ପଟ୍ଟାଙ୍ଗି ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ଡାକ୍ତର ସେଠାରେ ଆଶିଷ ଏବଂ ନିତେଶଙ୍କୁ ମୃତ ଘୋଷଣା କରିଥିଲେ। କୋଟିଆ ଥାନା ଏସଆଇ ବିଷ୍ଣୁ ପ୍ରସାଦ ଦାସ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବେ ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories