www.samajalive.in
Friday, December 12, 2025
16.1 C
Bhubaneswar

ରିଏଲ ମାଦ୍ରିଦ ଚମ୍ପିଆନ

ଆବୁ ଧାବି : ସ୍ପେନର ରିଏଲ ମାଦ୍ରିଦ କ୍ଲବ ଚଳିତବର୍ଷ ଫିଫା ଆନୁକୂଲ୍ୟରେ ଆୟୋଜିତ କ୍ଲବ ୱାର୍ଲ୍ଡ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଶନିବାର ଏଠାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରିଏଲ ମାଦ୍ରିଦ ୪-୧ ଗୋଲରେ ସଂଯୁକ୍ତ ଆରବ ଏମିରେଟ୍‌ସର ଅଲ୍‌ ଆଇନ୍‌ କ୍ଲବକୁ ପରାସ୍ତ କରିଛି। ଏଥରକୁ ମିଶାଇ ରିଏଲ ମାଦ୍ରିଦ କ୍ରମାଗତ ତୃତୀୟ ଓ ମୋଟ ଉପରେ ରେକର୍ଡ ଚତୁର୍ଥ ଥର ପାଇଁ ଏହି ଟାଇଟଲ ଜିତିବାରେ ସଫଳ ହୋଇଛି।
ତାରକା ଖଚିତ ରିଏଲ ମାଦ୍ରିଦ ଫେଭରିଟ୍‌ ମାନ୍ୟତା ସହ ଫାଇନାଲ ମ୍ୟାଚରେ ପଡିଆକୁ ଓହ୍ଲାଇଥିଲା। ପ୍ରଥମାର୍ଦ୍ଧର ୧୪ ମିନିଟରେ ଲୁକା ମୋଡ୍ରିକ ଗୋଲ ସ୍କୋର କରି ରିଏଲ ମାଦ୍ରିଦକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ସ୍କୋରଲାଇନ ରିଏଲ ମାଦ୍ରିଦ ସପକ୍ଷରେ ୧-୦ ରହିଥିଲା। ବିରତି ପରେ ଦ୍ବିତୀୟାର୍ଦ୍ଧର ୬୦ ମିନିଟରେ ମାର୍କସ ଲୋରେଣ୍ଟେ ଚମତ୍କାର ଗୋଲ ସ୍କୋର କରି ଏହି ବ୍ୟବଧାନ ୨-୦କୁ ବୃଦ୍ଧି କରିଥିଲେ। ୭୯ ମିନିଟରେ ସର୍ଗିଓ ରାମୋସ ହେଡର ଜରିଆରେ ରିଏଲ ପକ୍ଷରୁ ୩ୟ ଗୋଲ ସ୍କୋର କରିଥିଲେ। ୮୬ ମିନିଟରେ ଅଲ୍‌ ଆଇନ୍‌ ପକ୍ଷରୁ ସିଓତାନି ଗୋଟିଏ ଗୋଲ ପରିଶୋଧ କରିବା ଫଳରେ ଏହି ବ୍ୟବଧାନ ୩-୧କୁ ହ୍ରାସ ପାଇଥିଲା। ଇନ୍‌ଜ୍ୟୁରୀ ଟାଇମ୍‌ର ୯୧ ମିନିଟରେ ଅଲ୍‌ ଆଇନ୍‌ ଆତ୍ମଘାତୀ ଗୋଲ ବରଣ କରିଥିଲା। ଡିଫେଣ୍ଡର ୟାହିହା ନାଦିର ଦଳୀୟ ଗୋଲରକ୍ଷକ ଐସାଙ୍କ ନିକଟକୁ ପାସ୍‌ ପଠାଉଥିବାବେଳେ ଐସା ବଲ ଧରିବାରେ ବିଫଳ ହେବାରୁ ଏହା ନିଜ ଗୋଲପୋଷ୍ଟକୁ ପ୍ରବେଶ କରିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories