ରାଜ୍ୟରେ ଦିନ ୧ଟା ସୁଦ୍ଧା ୩୯.୩୦ପ୍ରତିଶତ ମତଦାନ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଚାଲିଛି ଭୋଟଗ୍ରହଣ। ୪ ସଂସଦୀୟ କ୍ଷେତ୍ର ପାଇଁ ଶାନ୍ତି ଶୃଙ୍ଖଳାରେ ମତଦାନ ହେଉଛି। ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୯.୩୦ପ୍ରତିଶତ ରହିଛି। ନବରଙ୍ଗପୁରରେ ସର୍ବାଧିକ ୪୪.୧୯ପ୍ରତିଶତ ମତଦାନ ହୋଇଥିବା ବେଳେ ନୂଆପଡାରେ ସର୍ବନିମ୍ନ ୪୩.୧୩ ପ୍ରତିଶତ ରହିଛି। ଗଜପତିରେ ୪୦.୬୦ପ୍ରତିଶତ, କଳାହାଣ୍ଡିରେ ୪୨.୪୮ପ୍ରତିଶତ, କୋରାପୁଟରେ ୩୮.୨୫ପ୍ରତିଶତ ଏବଂ ମାଲକାନଗିରି ୩୯.୯୦ପ୍ରତିଶତ, ଗଞ୍ଜାମରେ ୩୨.୬୬ ପ୍ରତିଶତ ଓ ରାୟଗଡାରେ ୩୬.୧୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବାକୁ ଥିବାରୁ ଭୋଟ ହାର ଆହୁରି ବୃଦ୍ଧି ପାଇବା ନେଇ ଆଶା କରାଯାଉଛି।

Comments are closed.