www.samajalive.in
Sunday, December 7, 2025
26.1 C
Bhubaneswar

ଆଇପିଏଲ: ରାଜସ୍ଥାନକୁ ହରାଇଲା ଚେନ୍ନଇ

ଚେନ୍ନଇ: ଚଳିତ ଆଇପିଏଲ୍‌ରେ ପ୍ଲେଅଫ୍‌ ଖେଳିବାର ଅତ୍ୟନ୍ତ ନିକଟତର ହୋଇଥିବା ରାଜସ୍ଥାନ ରୟାଲ୍‌ସ କ୍ରମାଗତ ୩ୟ ପରାଜୟ ଭୋଗିଛି। ରବିବାର ଅପରାହ୍ଣର ମ୍ୟାଚ୍‌ରେ ରାଜସ୍ଥାନକୁ ୫ ୱିକେଟ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପରାସ୍ତ କରିଛି। ରିୟାନ ପରାଗଙ୍କୁ ଛାଡ଼ି ଦଳର ଅନ୍ୟ ସମସ୍ତ ବ୍ୟାଟ୍‌ସମ୍ୟାନ୍ ବିଫଳ ହେବା ଯୋଗୁଁ ରାଜସ୍ଥାନ ୫ ୱିକେଟ୍‌ରେ ୧୪୧ ରନ୍‌ କରିଥିଲା। ସିମରଜିତ ସିଂହ ୩ଟି ୱିକେଟ୍‌ ନେଇ ରାଜସ୍ଥାନ ଇନିଂସ ଉପରେ ଅଙ୍କୁଶ ଲଗାଇଥ​‌ିଲେ। ଅଧିନାୟକ ଋତୁରାଜ ଗାଏକ୍‌ୱାଡ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ୧୦ଟି ବଲ୍‌ ବାକିଥାଇ ୫ ୱି​‌େ​‌କଟ୍‌ ହରାଇ ସିଏସ୍‌​‌େ​‌କ ବିଜୟୀ ହୋଇଥିଲା। ୧୨ଶ ମ୍ୟାଚ୍‌ରେ ୪ର୍ଥ ପରାଜୟ ସତ୍ତ୍ବେ ୧୬ ପଏଣ୍ଟ ସହ ରାଜସ୍ଥାନ ରୟାଲ୍‌ସ ୨ୟ ସ୍ଥାନରେ ରହିଛି। ବାକି ୨ଟି ମ୍ୟାଚ୍‌ରୁ ଗୋଟିଏ ଜିତିଲେ ରାଜସ୍ଥାନ ପ୍ଲେଅଫ୍‌ ଖେଳିବା ନିଶ୍ଚିତ କରିବ। ଅନ୍ୟପକ୍ଷରେ ୧୩ଶ ମ୍ୟାଚ୍‌ରେ ୭ମ ବିଜୟ ହାସଲକରି ୩ୟ ସ୍ଥାନକୁ ଉଠିପାରିଛି।

ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍‌ସ ଦୃଢ଼ତାର ସହ ୧୪୨ ରନ୍‌ ସହଜ ଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଓପ୍‌ନିଂ ଯୋଡ଼ି ୨୧ ବଲ୍‌ରୁ ୩୨ ରନ୍‌ କରିବା ପରେ ରଚିନ୍ ରବୀନ୍ଦ୍ର ଆଉଟ୍‌ ହୋଇ ଯାଇଥିଲେ। ନ୍ୟୁଜିଲାଣ୍ଡର ବାମହାତି ରବୀନ୍ଦ୍ର ୧୮ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୭ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଅଧିନାୟକ ଋତୁରାଜ ଗାଏକ୍‌ୱାଡ୍‌ ଓ ଡ୍ୟାରିଲ ମିଚେଲ ୨ୟ ୱିକେଟ୍‌ ପାଇଁ ୪୫ ରନ୍‌ ଯୋଡ଼ିଥିଲେ। ମିଚେଲ ୧୩ ବଲ୍‌ରୁ ୨୨ ରନ୍‌କରି ବିଦାୟ ନେଇଥିଲେ। ମୋଇନ୍ ଅଲୀ ୧୦ ରନ୍‌କରି ବିଦାୟ ନେଇଥିଲେ। ତେବେ ଋତୁରାଜ ଗାଏକ୍‌ୱାଡ୍‌ ଦାୟିତ୍ବର ସହ ବ୍ୟାଟିଂ କରିଥିଲେ। ଶିବମ୍ ଦୁବେ ୧୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍‌କରି ବିଦାୟ ନେଇଥିଲେ। ରବୀନ୍ଦ୍ର ଜାଡ଼େଜା ୫ ରନ୍‌ କରି ପାରିଥିଲେ। ପରେ ଋତୁରାଜ ଓ ସମୀର ରିଜ୍‌ଭି ସିଏସ୍‌କେକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ରିଜ୍‌ଭି ୮ ବଲ୍‌ରୁ ୩ଟି ଚୌକା ସହ ୧୫ ରନ୍‌କରି ଅପରାଜିତ ଥିଲେ। ପୂରା ଇନିଂସ ବ୍ୟାଟିଂକରି ଋତୁରାଜ ଗାଏକ୍‌ୱାଡ୍‌ ୪୧ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୪୨ ରନ୍‌କରି ଅପରାଜିତ ଥିଲେ। ରବିଚନ୍ଦ୍ରନ ଅଶ୍ବିନ ୨ଟି ୱିକେଟ୍‌ ନେଇଥିଲେ।

- Advertisement -

ଟସ୍ ଜିତି ରାଜସ୍ଥାନ ରୟାଲ୍‌ସ ବ୍ୟାଟିଂ କରିଥିଲା। ଯଶସ୍ବୀ ଜୟସୱାଲ୍‌ ଓ ଜୋସ୍‌ ବଟ୍‌ଲରଙ୍କ ପରି ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍ ଧିମା ବ୍ୟାଟିଂ କରିଥିଲେ। ରାଜସ୍ଥାନ ୮ ଓଭରରେ ମାତ୍ର ୪୯ ରନ୍‌ କରିଥିଲା। ଉଭୟ ଓପ୍‌ନରଙ୍କୁ ଚେନ୍ନଇ ସୁପର କିଙ୍ଗ୍‌ସର ପେସ୍ ବୋଲର ସିମରଜିତ ସିଂହ ଆଉଟ୍‌ କରି ଦେଇଥିଲେ। ଯଶସ୍ବୀ ଜୟସୱାଲ ୨୧ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୪ ଏବଂ ଜୋସ୍‌ ବଟ୍‌ଲର ୨୫ ବଲ୍‌ରୁ ୨ଟି ଚୌକା ସହ ମାତ୍ର ୨୧ ରନ୍‌ କରି ପାରିଥିଲେ। ଚମତ୍କାର ଫର୍ମରେ ଥିବା ଅଧିନାୟକ ସଞ୍ଜୁ ସାମ୍‌ସନ ମଧ୍ୟ ଧିମା ବ୍ୟାଟିଂ କରିଥିଲେ। ସାମ୍‌ସନ ୧୯ଟି ବଲ୍‌ ଖେଳି କୌଣସି ବାଉଣ୍ଡରୀ ନ ମାରି ମାତ୍ର ୧୫ ରନ୍‌ କରିଥିଲେ। ୧୫ ଓଭରରେ ରାଜସ୍ଥାନ ମାତ୍ର ୯୪ ରନ୍‌ କରି ପାରିଥିଲା। ତେବେ ରିୟାନ୍ ପରାଗ ଓ ଧ୍ରୁବ ଜୁରେଲଙ୍କ ବ୍ୟାଟିଂ ଯୋଗୁଁ ରାଜସ୍ଥାନ ଶେଷ ୫ ଓଭରରୁ ୪୭ ରନ୍‌ କରି ପାରିଥିଲା। ଜୁରେଲ ୧୮ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୮ ରନ୍‌ କରିଥ​‌ିଲେ। ରିୟାନ୍ ପରାଗ ୩୫ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୪୭ ରନ୍‌କରି ଅପରାଜିତ ଥିଲେ। ସିମରଜିତ ସିଂହ ୨୬ ରନ୍‌ଦେଇ ୩ଟି ତୁଷାର ଦେଶପାଣ୍ଡେ ୩୦ ରନ୍‌ଦେଇ ୨ଟି ୱିକେଟ ନେଇଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories