www.samajalive.in
Saturday, December 13, 2025
21.1 C
Bhubaneswar

ଆଜି ଦିଲ୍ଲୀ କ୍ୟାପିଟାଲ୍ସ- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟକ୍କର

ବେଙ୍ଗାଲୁରୁ : ଆଇପିଏଲ ମହାସମର। ଆଜି ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବ।ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଦୁଇ ଦଳକୁ ମ୍ୟାଚ କୌଣସି ମତେ ଜିତିବାକୁ ପଡ଼ିବ। ବିଶେଷକରି ଦିଲ୍ଲୀ ଅପେକ୍ଷା ବେଙ୍ଗାଲୁରୁ ପାଇଁ ଉକ୍ତ ମ୍ୟାଚ କର ବା ମର ସଦୃଶ । ଦିଲ୍ଲୀ କ୍ୟାପିଟାଲ୍ସ ୧୨ଟି ମ୍ୟାଚରୁ ୬ଟି ବିଜୟ ଓ ୬ଟି ପରାଜୟ ସହ ୧୨ ପଏଣ୍ଟ ପାଇଥିବାବେଳେ ବେଙ୍ଗାଲୁରୁ ୧୨ଟି ମ୍ୟାଚରୁ ୫ଟି ବିଜୟ ଓ ୭ଟି ପରାଜିତ ହୋଇଛି। ଦୁଇ ଦଳ ନିକଟରେ ଆଉ ଦୁଇଟି ଲେଖାଏଁ ଲିଗ୍‌ ମ୍ୟାଚ ରହିଛି। ଯାହାକୁ ଜିତି ଟେବୁଲର ଉପରକୁ ଉନ୍ନୀତ ହେବାକୁ ନିଶ୍ଚିତ ଉଦ୍ୟମ କରିବେ। ଦୁଇ ଦଳ ଚଳିତ ଆଇପିଏଲରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ। ଦିଲ୍ଲୀ କ୍ୟାପିଟାଲ୍ସ ନିୟମିତ ଅଧିନାୟକ ଋଷଭ ପନ୍ତ୍‌ଙ୍କ ବିନା ଉକ୍ତ ମ୍ୟାଚ ଖେଳିବ। ପନ୍ତ୍‌ଙ୍କ ଅନୁପସ୍ଥିତି ବ୍ୟାଟିଂ, ୱିକେଟ ରକ୍ଷକ ଓ ନେତୃତ୍ବ ଉପରେ ପ୍ରଭାବ ପକାଇବ। ପନ୍ତ୍‌ ଚଳିତ ଆଇପିଏଲରେ ୧୦ଟି ମ୍ୟାଚ୍‌ରୁ ୩୬୭ରନ କରିଛନ୍ତି। ତାଙ୍କ ଅନୁପସ୍ଥିତି ବ୍ୟାଟିଂକୁ ଦୁର୍ବଳ କରିବା ନେଇ ଆଶା କରାଯାଉଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories