www.samajalive.in
Saturday, December 6, 2025
23.1 C
Bhubaneswar

ନିର୍ବାଚନ ପର୍ବରେ ଅଧିକରୁ ଅଧିକ ଭୋଟର ଭାଗ ନେବା ପାଇଁ ଜିଲ୍ଲାପାଳଙ୍କ ଆହ୍ଵାନ

ମାଲକାନଗିରି: ଆସନ୍ତା ମେ ୧୩ରେ ମାଲକାନଗିରି ଜିଲ୍ଲାରେ ସାଧାରଣ ନିର୍ବାଚନ ହେବ ଏବଂ ଭୋଟରମାନେ ନିଜର ମତଦାନ ସାବ୍ୟସ୍ତ କରିବେ। ଅଧିକରୁ ଅଧିକ ଭୋଟର ନିର୍ବାଚନ ପର୍ବରେ ଅଂଶ ଗ୍ରହଣ କରି ନିଜର ମତଦାନ କରିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ସଚିନ ପାୱାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆହ୍ଵାନ କରିଛନ୍ତି।
ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ପ୍ରାୟ ୪ ଲକ୍ଷ ୫୨ ହଜାର ୫୪୪ ଭୋଟର ରହିଛନ୍ତି। ଏହି ଭୋଟରଙ୍କ ନିମନ୍ତେ ୫୪୭ଟି ବୁଥ୍ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ୩୦ ଟି ସଖୀ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ରୂପେ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେବ। ସେହିପରି ଭିନ୍ନକ୍ଷମଙ୍କ ନିମନ୍ତେ ୨ ଗୋଟି ବୁଥ୍ ବ୍ୟବସ୍ଥା କରାଯାଇଛି। ୧୦ଟି ୟୁଥ୍ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ରୂପେ ୩୦ ବର୍ଷରୁ କମ୍ ଅଧିକାରୀ ତଥା କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମତଦାନ କେନ୍ଦ୍ରରେ ପୁରୁଷ ଓ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର ଶୌଚାଳୟ, ଭିନ୍ନକ୍ଷମ ତଥା ବାର୍ଦ୍ଧକ୍ୟଙ୍କ ନିମନ୍ତେ ରାମ୍ପ, ଭୀଷଣ ଖରା ଦାଉରୁ ରକ୍ଷା ପାଇଁ ଛାତ ଉପରେ ବ୍ୟବସ୍ଥା, ଜଳଛତ୍ର, ପର୍ୟ୍ୟାପ୍ତ ଓଆରଏସ ଓ ଆବଶ୍ୟକୀୟ ଔଷଧ ବ୍ୟବସ୍ଥା କରାଯାଇଛି।
ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଜିଲ୍ଲାରେ ୧୧୪ଟି ସମ୍ବେଦନଶୀଳ ବୁଥ୍ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମାଲକାନଗିରି ଜିଲ୍ଲାରେ ଅତ୍ୟଧିକ ଖରା ହେଉଥିବା ହେତୁ ଭୋଟରମାନଙ୍କୁ ଯଥା ସମ୍ଭବ ପୂର୍ବାହ୍ନ ଅର୍ଥାତ୍ ଖରା କମ୍ ରହୁଥିବା ସମୟରେ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ୭ରୁ ୬ ଟା ପର୍ୟ୍ୟନ୍ତ ମତଦାନ ସମୟ ରହୁଥିବା ବେଳେ ଆମ ଜିଲ୍ଲାରେ ଏହାକୁ ୭ରୁ ୫ ଟା ପର୍ୟ୍ୟନ୍ତ ରଖାଯାଇଛି ବୋଲି କୁହାଯାଇଛି।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories